ଆଜି ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ସିରିଜ କବ୍ଚା ଲକ୍ଷରେ ମ୍ୟାନ ଇନ୍ ବ୍ଳୁ

ଆଜି ଭାରତ-ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଦିନିକିଆ । ଇଂଲଣ୍ଡର ଲର୍ଡ୍ସ ଗ୍ରାଉଣ୍ଡରେ ଏବି ମ୍ୟାଚ୍ ହେବାକୁ ଯାଉଛି । କପ୍ତାନ ରୋହିତ ଶର୍ମାଙ୍କ ନେତୃତ୍ୱରେ ଆଜି ଇଂଲଣ୍ଡ ସହିତ ଦିନିକିଆ ସିରିଜର ଦ୍ୱିତୀୟ ମୁକାବିଲା କରିବାକୁ ଯାଉଛି । ଆଜି ସନ୍ଧ୍ୟା ୫ଟା ରେ ଏହି ମ୍ୟାଚ ଆରମ୍ଭ ହେବାକୁ ଯାଉଥିବା ବେଳେ ଆଜିର ମ୍ୟାଚ ଜିତି ସିରିଜ କବ୍‌ଜା କରିବା ପାଇଁ ପ୍ରୟାଶ କରିବ ଭାରତ । ପ୍ରଥମ ଦିନିକିଆ ମ୍ୟାଚରେ ୧୦ ୱିକେଟ୍ ରେ ଜିତି ୧-୦ ରେ ଇଂଲଣ୍ଡଠାରୁ ଆଗରେ ରହିଛି ଭାରତ । ତେବେ ଆଜିର ଦ୍ୱିତୀୟ ମୁକାବିଲାକୁ ନିଜ ଅକ୍ତିଆରକୁ ଆଣି ସିରିଜ କବ୍ଚା କରିବା ଲକ୍ଷ ରଖିଛି ଭାରତ । ଅନ୍ୟପଟରେ ଘରୋଇ ଟିମ୍ ଇଂଲଣ୍ଡ ଆଜିର ମ୍ୟାଚ ଜିତି ସ୍କୋର ବରାବର କରିବାକୁ ପ୍ରୟାଶ କରିବ ।