ଆରପାରିରେ ଓଡ଼ିଆ ସଂଗୀତ ନିଦେ୍ର୍ଦଶକ ସ୍ୱରୂପ ନାୟକ

ଭୁବନେଶ୍ୱର, ୨୭ା୧୦ (ଡିକେ ନୁ୍ୟଜ୍):ନିରବିଯାଇଛି ଓଡ଼ିଆ ସଙ୍ଗୀତ ଜଗତର ଲୋକପ୍ରିୟନିଦେ୍ର୍ଦଶକ ସ୍ୱରୂପ ନାୟକଙ୍କ ସ୍ୱର । ବିଶିଷ୍ଟ ସଂଗୀତନିଦେ୍ର୍ଦଶକ, ଗୀତିକାର, କଙଋଶିଳ୍ପୀ ତଥା ଅଭିନେତାସ୍ୱରୂପ ନାୟକ ଆଉ ନାହାନ୍ତି । ୭୦ରୁ ଅଧିକ ଓଡ଼ିଆଫିଲ୍ମରେ ପାଇଁ ସଙ୍ଗୀତ ନିଦେ୍ର୍ଦଶନା ଦେଇଥିବାବେଳେ ୮୦ରୁ ଅଧିକ ଓଡ଼ିଆ ଚଳଚିତ୍ରରେ ଗୀତରଚନା କରିଥିବା ସ୍ୱରୂପ ଦୀର୍ଘଦିନ ଧରି କ୍ୟାନ୍ସରରେପୀଡିତ ଥିଲେ । ଶୁକ୍ରବାର ଏକ ଘରୋଇହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଯାଇଛି । ଓଡ଼ିଆଆଧୁନିକ ସଙ୍ଗୀତ ଜଗତର ଅନ୍ୟତମ ସ୍ରଷ୍ଟା ଭାବେବେଶ ପରିଚିତ ସ୍ୱରୂପ । ଓଡ଼ିଆ, ବଙ୍ଗଳା, ହିନ୍ଦୀଚଳଚ୍ଚିତ୍ରରେ ସଙ୍ଗୀତ ନିଦେ୍ର୍ଦଶନା ଦେଇଥିଲେ ।୧୯୪୬ ମସିହା ଫେବୃଆରି ୮ ତାରିଖରେକଟକଠାରେ ଜନ୍ମଗ୍ରହଣ କରିଥିବା ସ୍ୱରୂପ୧୯୬୨ରେ ମୁକ୍ତିପ୍ରାପ୍ତ “ଜୟଦେବ’ ଚଳଚ୍ଚିତ୍ରରେଶିଶୁ କଳାକାର ଭାବେ ବଡ଼ ପରଦାରେ ଅଭିନୟଜୀବନ ଆରମ୍ଭ କରିଥିଲେ ସେ । ବଡ଼ ହେବା ପରେସ୍ୱରୂପ ସତୀ ଅନସୂୟା, ସୁନା ସଂସାର,କଳାମାଣିକ, କଣ୍ଢେଇ ଆଖିରେ ଲୁହ, ଯଶୋଦାଆଦି ସମେତ ବେଶ୍ କେତୋଟି ଓଡ଼ିଆ ଛବିରେଅଭିନେତା ଭାବେ ନଜର ଆସିଥିଲେ । ହେଲେସ୍ୱରୂପ ନାୟକ ଗୀତିକାର-ସଙ୍ଗୀତକାର ଭାବେଓଲିଉଡ଼ରେ ବିଶେଷ ସଫଳତା ହାସଲ କରିଛନ୍ତି ।ତାଙ୍କ ସ୍ୱରାରୋପିତ ପ୍ରଥମ ଓଡ଼ିଆ ଛବି ହେଲା ଦୁର୍ଗାନନ୍ଦଙ୍କ ପ୍ରଯୋଜିତ ତଥା ପ୍ରଶାନ୍ତ ନନ୍ଦଙ୍କ ନିଦେ୍ର୍ଦଶିତ”ହୀରାନୀଳା’ । ଏହାପରେ ସେ ଆଉ ପଛକୁ ଫେରିହିଁ ନ ଥିଲେ । ତାଙ୍କ ସଙ୍ଗୀତ ନିଦେ୍ର୍ଦଶିତ କେତେକଉଲ୍ଲେଖନୀୟ ଛବି ମଧ୍ୟରେ ରହିଛି, ଲାଲପାନବିବି, ବଗଲା ବଗୁଲୀ, ଲକ୍ଷେ ଶିବ ପୂଜି ପାଇଚିପୁଅ, ଯଶୋଦା, କୃଷ୍ଣା କାବେରୀ, କିଏ ହେବ ଶୁଆପୋଷିଲେ, ଶୁଭଦ୍ରା, ସକଳ ତୀର୍ଥ ତୋ’ ଚରଣେ,ଉଦଣ୍ଡୀ ସୀତା, ପଞ୍ଜୁରି ଭିତରେ ଶାରୀ, ମୋ’କୋଳ ତୋ’ ଝୁଲଣା, ଏ ଯୁଗର କୃଷ୍ଣ ସୁଦାମା,ଆଇ ଲଭ ୟୁ, ଅର୍ଜୁନ, ପ୍ରେମୀ ନମ୍ବର ୱାନ, ଶାଶୁଘର ·ଲିଯିବି, ପ୍ରେମ ଋତୁ ଆସିଲାରେ, ପ୍ରଥମପ୍ରେମ, ମୁଁ ତତେ ଲଭ୍ କରୁଚି, ରୋମିଓ ଦ ଲଭରବଏବଂ ଅପ୍ନା ହାତ ଜଗନ୍ନାଥ ଆଦି । ସେ ସତୁରିରୁଅଧିକ ଓଡ଼ିଆ ଛବିରେ ସଂଗୀତ ନିଦେ୍ର୍ଦଶନାଦେଇଥିବା ବେଳେ ଅଶୀରୁ ଅଧିକ ଓଡ଼ିଆଚଳଚ୍ଚିତ୍ରରେ ଗୀତର ରଚନା କରିଛନ୍ତି । ସେ ଏକଫିଲ୍ମ ପରିବାରରୁ ଆସିଥିଲେ । ତାଙ୍କର ବଡ଼ ଭଉଣୀପାର୍ବତୀ ଘୋଷ ରାଜ୍ୟର ଜଣାଣୁଣା ଅଭିନେତ୍ରୀ,ନିର୍ମାତ୍ରୀ ଓ ନିଦେ୍ର୍ଦଶିକା ହୋଇଥିବା ବେଳେ ବଡ଼ଭାଇ ସାରଦା ପ୍ରସନ୍ନ ନାୟକ ଜଣେ ପ୍ରତିଷ୍ଠିତଗୀତିକାର ଓ ସିନେ-ନିଦେ୍ର୍ଦଶକ । ଉଭୟ ବଡ଼ଭାଇଓ ଭଉଣୀ ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ଜୀବନବ୍ୟାପିଅବଦାନ ଲାଗି ରାଜ୍ୟ ସରକାରଙ୍କର ସର୍ବୋଚ୍ଚସମ୍ମାନ “ଜୟଦେବ ପୁରସ୍କାର’ ଲାଭ କରିଛନ୍ତି ।ସେହପରି ସ୍ୱରୂପ ନାୟକ ମଧ୍ୟ ସ୍ୱକୀୟ ପ୍ରତିଭାଲାଗି ଏକାଧିକ ବାର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରଲାଭ କରିଛନ୍ତି । ଓଡ଼ିଆ ସଂଗୀତ ଜଗତକୁ ତାଙ୍କରଅବଦାନ ଅତୁଳନୀୟ । ସେ ଟି. ସେରୀ, ଇରାମହାନ୍ତି, ତପୁ ମିଶ୍ର, କୁମାର ବାପି, ପମି (ସଂଗୀତାମିଶ୍ର) ସୁଜିତ ଭୋଇ, ଶୁଭାଶିଷ ମହାକୁଡଙ୍କ ଭଳିପ୍ରତିଭାବାନ ଗାୟକଗାୟିକାଙ୍କୁ ଚଳଚ୍ଚିତ୍ରସଂଗୀତକୁ ପ୍ରବେଶ କରାଇଥିଲେ । ସେ ତାଙ୍କସଂଗୀତ ନିଦେ୍ର୍ଦଶିତ ଅଧିକାଂଶ ଓଡ଼ିଆ ଛବିରେବାହାର କଙଋଶିଳ୍ପୀଙ୍କୁ ନ ନେଇ ଓଡ଼ିଆକଳାକାରମାନଙ୍କୁ ସୁଯୋଗ ଦେଇଥିଲେ ।

#Ollywood # Swarup nayak # Death # DumaniTv