ଏସିଆର ୧୦ ବଡ ବଡ ଉଦ୍ୟୋଗପତିଙ୍କ ମଧ୍ୟରେ ଅମ୍ବାନୀ ଏବଂ ଆଦାନୀ

ଡୁମାଣୀ ଟିଭି,୨/୪ : କୋଟିପତି ଉଦ୍ୟୋଗପତି ତଥା ଅଦାନୀ ଗ୍ରୁପ ଫାଉଣ୍ଡର ଗୌତମ ଅଦାନୀଙ୍କୁ ନେଇ ଚର୍ଚ୍ଚା। ଟପ୍ ୧୦ ଉଦ୍ୟୋଗପତିଙ୍କ ସୂଚୀରେ ହେଲେ ସାମିଲ୍। ଟେସଲାର ଏଲୋନ୍ ମସ୍କ, ଆମାଜନ ଇଙ୍କସର ଜେଫ୍ ବେଜୋସ୍, ବିଲ୍ ଗେଟ୍ସ ଏବଂ ୱାରେନ୍ ବଫେଟ୍ଙ୍କୁ ପଛରେ ପକାଇ ଆଗରେ ଅଦାନୀ। ଏମାନଙ୍କ ତୁଳନାରେ ଆଦାନୀଙ୍କର ଅଧିକ ଆୟ। ବ୍ଲମବର୍ଗ ବିଲିଓନାରୀସ୍ ଇଣ୍ଡେକ୍ସରୁ ଏହି ସୂଚନା ମିଳିଛି।
ଆଦାନୀ ବ୍ୟବସାୟରେ ଗତ ୩ ମାସରେ ୨୧.୧ ବିଲିୟନ ଡ଼ଲାର୍ ଅଧିକ ଯୋଡିବାରେ ସଫଳ ହୋଇଛନ୍ତି। ସେହିପରି ସାଥୀ ଭାରତୀୟ ବ୍ୟବସାୟୀ ମୁକେଶ ଅମ୍ବାନୀ ବ୍ୟବସାୟରେ ୮.୨୪ ବିଲିୟନ ଡ଼ଲାର୍ ଯୋଡିଛନ୍ତି। ଅମ୍ବାନୀ ଏବଂ ଆଦାନୀ ଏସିଆର ଦୁଇ ଧନୀ ବ୍ୟକ୍ତି ।
ଶ୍ରେଷ୍ଠ ୧୦ଟି ଉଦ୍ୟୋଗପତିଙ୍କ ମଧ୍ୟରେ ଦୁହେଁ ସାମିଲ ଅଛନ୍ତି। ଟପ୍ ୧୦ରେ ଫ୍ରାନ୍ସର ବର୍ନାର୍ଡ ଆର୍ନାଲ୍ଟ ତୃତୀୟ ସ୍ଥାନରେ ଅଛନ୍ତି। ଏବଂ ଭାରତର ମୁକେଶ ଅମ୍ବାନୀ ୯୮.୨ ବିଲିୟନ ଡ଼ଲାର ସହିତ ଦଶମ ସ୍ଥାନ ଅଧିକାର କରିଛନ୍ତି। ଅଦାନୀଙ୍କ ପଛରେ ଅମ୍ବାନୀ ଅଛନ୍ତି, ଯାହାଙ୍କର ସମ୍ପତ୍ତି ୯୭.୬ ବିଲିୟନ ଡ଼ଲାର ଅଛି । ୨୦୨୨ ରେ ଆଦାନୀଙ୍କ ନିଟ୍ ମୂଲ୍ୟ ପ୍ରାୟ ୨୭% ବୃଦ୍ଧି ପାଇଛି ।

#ambani and adani#DUMANITV#INDIA#ODISHA#worldtop 10 richest person asia