ଭୁବନେଶ୍ୱର,୨୧ା୧୦(ଡିକେ ନୁ୍ୟଜ):ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍)ସ୍ତରରେ ଛୋଟଧରଣର ଅଦଳବଦଳ
କରାଯାଇଛି । ସାଧାରଣ ପ୍ରଶାସନ ବିଭାଗପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ କାଜୁଉନ୍ନୟନ ନିଗମରେ ଏମ୍ଡ଼ି ଭାବେ
କାର୍ଯ୍ୟରତ ଦୀପ୍ତି ମହାପାତ୍ରଙ୍କୁ ଦକ୍ଷତାବିକାଶ ଓ ବୈଷୟିକ ଶିକ୍ଷା ବିଭାଗରେ ଯୁଗ୍ମସଚିବ ଭାବେ ନିଯୁକ୍ତି ମିଳିଛି । ସୁକିନ୍ଦାର
ସ୍ୱତନ୍ତ୍ର ଭୂ-ଅର୍ଜନ ଅଧିକାରୀ ନବକିଶୋରଜେନାଙ୍କୁ ଯାଜପୁର ଅତିରିକ୍ତ ଜିଲ୍ଲାପାଳଭାବେ ନିଯୁକ୍ତି ମିଳିଛି । ସେହିପରିଫୁଲବାଣୀ ଆଇଟିଡିଏ
ପିଏ ନରେଶ ଚନ୍ଦ୍ରଶବରଙ୍କୁ ଗଜପତି ଛେଳିଗଡ଼ ଜଳସେଚନପ୍ରକଳ୍ପରେ ସ୍ୱତନ୍ତ୍ର ଭୂ-ଅର୍ଜନ ଅଧିକାରୀଭାବେ ବଦଳି କରାଯାଇଥିବା ବେଳେଯାଜପୁର ଅତିରିକ୍ତଜିଲ୍ଲାପାଳ ଦୁଖବନ୍ଧୁ ନାୟକଙ୍କୁ ସୁକିନ୍ଦା ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ ଭାବେବଦଳି କରାଯାଇଛି । ଓଡ଼ିଶା ବିଧାନସଭାରେ ସରକାରୀ ଦଳର ମୁଖ୍ୟସଚେତକଙ୍କ ବ୍ୟକ୍ତିଗତ ସଚିବ ଥିବା ଚିନ୍ମୟ କୁମାର ଆ·ର୍ଯ୍ୟଙ୍କୁ ଭୁବନେଶ୍ୱରସବଡିଭିଜିନାଲ ମାଜିଷ୍ଟ୍ରେଟ୍ ଭାବେ ବଦଳି କରାଯାଇଛି । ବଲାଙ୍ଗିର ଜିଲ୍ଲାଅଗାଳପୁର ବିଡିଓ ଶଙ୍କର କେରକେଟାଙ୍କୁ ପରବର୍ତ୍ତୀ ନିଯୁକ୍ତି ପର୍ଯ୍ୟନ୍ତ ନଗରଉନ୍ନୟନ ବିଭାଗକୁ ବଦଳି କରାଯାଇଥିଲା ବେଳେ କୁଚିଣ୍ଡା ଆଇଟିଡିଏ ପିଏଭାବେ କାର୍ଯ୍ୟରତ ହେମ ସାଗର ଭୋଇଙ୍କୁ କୁଚିଣ୍ଡା ଅତିରିକ୍ତ ଉପଜିଲ୍ଲାପାଳଭାବେ ବଦଳି କରାଯାଇଛି ।ଜିଲ୍ଲାପାଳ ଦୁଖବନ୍ଧୁ ନାୟକଙ୍କୁ ସୁକିନ୍ଦା ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ ଭାବେବଦଳି କରାଯାଇଛି । ଓଡ଼ିଶା ବିଧାନସଭାରେ ସରକାରୀ ଦଳର ମୁଖ୍ୟସଚେତକଙ୍କ ବ୍ୟକ୍ତିଗତ ସଚିବ ଥିବା ଚିନ୍ମୟ କୁମାର ଆ·ର୍ଯ୍ୟଙ୍କୁ ଭୁବନେଶ୍ୱରସବଡିଭିଜିନାଲ ମାଜିଷ୍ଟ୍ରେଟ୍ ଭାବେ ବଦଳି କରାଯାଇଛି । ବଲାଙ୍ଗିର ଜିଲ୍ଲାଅଗାଳପୁର ବିଡିଓ ଶଙ୍କର କେରକେଟାଙ୍କୁ ପରବର୍ତ୍ତୀ ନିଯୁକ୍ତି ପର୍ଯ୍ୟନ୍ତ ନଗରଉନ୍ନୟନ ବିଭାଗକୁ ବଦଳି କରାଯାଇଥିଲା ବେଳେ କୁଚିଣ୍ଡା ଆଇଟିଡିଏ ପିଏଭାବେ କାର୍ଯ୍ୟରତ ହେମ ସାଗର ଭୋଇଙ୍କୁ କୁଚିଣ୍ଡା ଅତିରିକ୍ତ ଉପଜିଲ୍ଲାପାଳଭାବେ ବଦଳି କରାଯାଇଛି ।