ଭୁବନେଶ୍ୱର,(ଡିକେ ନୁ୍ୟଜ୍):ଭାରତରେ ସହଜ ବ୍ୟବସାୟବାତାବରଣ କ୍ଷେତ୍ରରେ ଓଡ଼ିଶା ଆଗରେ ରହିଛି । ନିବେଶକମାନଙ୍କଲାଗି ଶ୍ରେଷ୍ଠ ପ୍ରୋତ୍ସାହନ ପ୍ରଦାନ କରାଯାଉଛି । ତେଣୁ ରାଜ୍ୟର
ସୂଚନା ପ୍ରଯୁକ୍ତି (ଆଇଟି) ଓ ଗ୍ରିନ ହାଇଡ୍ରୋଜେନ କ୍ଷେତ୍ରରେ ନିବେଶ କରିବାକୁ ଆଗେଇ ଆସିବା ଲାଗି କୋରିଆର କମ୍ପାନି ଗୁଡ଼ିକୁ ଇପିକଲ୍ର ଏମ୍ଡି ଭୁପେନ୍ଦ୍ର ସିଂହ
ପୁନିଆ ଆମନ୍ତ୍ରଣ କରିଛନ୍ତି । ଗ୍ରିନହାଇଡ୍ରୋଜେନ ଶିଳ୍ପର ଆବଶ୍ୟକତା ଅନୁସାରେ ଓଡ଼ିଶାରେ ବ୍ୟାପକ ବିଦୁ୍ୟତ ଓ ଜଳ ଉପଲବ୍ଧ ରହିଥିବା ସେ କହିଛନ୍ତି । ଆଜି ଟିମ୍ କୋରିଆ
ନାମରେ କୋରିଆର ଏକ ପ୍ରତିନିଧି ଦଳ ଓଡ଼ିଶା ଗସ୍ତ କରି ଶିଳ୍ପ ବିଭାଗ ସହିତ ଆଲୋଚନା କରିଛନ୍ତି । ସେମାନେ ଇପିକଲ୍ଏ ମ୍ଡି ଶ୍ରୀ ପୁନିଆ, ସାମାଜିକ ସୁରକ୍ଷା ବିଭାଗର ପ୍ରମୁଖ ସଚିବ
ବିଷ୍ଣୁପଦ ସେଠୀ, ଶିଳ୍ପ ନିଦେ୍ର୍ଦଶକ ସାଦିକ ଆଲମ ଓ ଆଇଡିସିଏସ୍ର ନଦେ୍ର୍ଦଶକ ଲିଙ୍ଗରାଜ ପଣ୍ଡା ପ୍ରମୁଖଙ୍କ ସହ ଭାବ ବିନିମୟ କରିଥିଲେ । ଓଡ଼ିଶା ଓ କୋରିଆ ମଧ୍ୟରେ
ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ଲାଗି ଏହି ପ୍ରତିନିଧି ଦଳ ଓଡ଼ିଶା ଆସିଛି । ଭାରତ ଓ କୋରିଆ ଦ୍ୱିପାକ୍ଷିକ ସମ୍ପର୍କର ୫୦ ବର୍ଷ ପର୍ତ୍ତି ପାଳନ କରାଯାଉଥିବା ଦୃଷ୍ଟିରୁ ଏହି
ଗସ୍ତ ବେଶ ମହତ୍ୱପୂର୍ଣ୍ଣ ବିଚାର କରାଯାଉଛି ।ଏହି ଅବସରରେ ନୂଆଦିଲ୍ଲୀରେ ଅବସ୍ଥାପିତ କୋରିଆ ଦୂତାବାସର କମର୍ସିଆଲ କାଉନ୍ସେଲର ସଙ୍ଗଜୋଙ୍ଗ ଚୁ’ କହିଛନ୍ତି ଯେ ଓଡ଼ିଶା ସରକାର
ଗୁରୁତ୍ୱ ଦେଉଥିବା ଆଇଟି, ଅକ୍ଷୟ ଶକ୍ତି, ଇଲେକ୍ଟ୍ରିକ୍ ଯାନ ଓ ବିମାନ ଚଳାଚଳ କ୍ଷେତ୍ର ଆଗାମୀ ଦିନରେ ଆହୁରି ସମୃଦ୍ଧ ହେବ । ଓଡ଼ିଶାକୁ ଆମେ ଭାରତର ସବୁଠୁ
ବିକାଶଶୀଳ ରାଜ୍ୟ ଭାବେ ଦେଖିବାକୁ ଚାହୁଛୁ ବୋଲି ସେ କହିଛନ୍ତି । ଟିମ୍ କୋରିଆ ପକ୍ଷରୁ ଓଡ଼ିଶାର ଅନଗ୍ରସର ବର୍ଗର ଲୋକମାନଙ୍କ ପାଇଁ କୋରିଆର
ବିଭିନ୍ନ କମ୍ପାନୀର ଉତ୍ପାଦ ଦାନ କରାଯାଇଛି । କର୍ପୋରେଟ୍ସାମାଜିକ ଦାୟିତ୍ୱବୋଧ (ସିଏସ୍ଆର) ଅଂଶସ୍ୱରୂପ ପିଲାମାନଙ୍କୁ କମ୍ବଳ, ସକ୍ସ ଓ ଟୁଥ୍ବ୍ରସ୍ ପ୍ରଦାନ କରାଯାଇଛି ।
ଉଲ୍ଲେଖଯୋଗ୍ୟ, ଦକ୍ଷିଣକୋରିଆର ଇସ୍ପାତ କମ୍ପାନି ପୋସ୍କୋଓଡ଼ିଶାରେ ୫୨ ହଜାର କୋଟିଟଙ୍କା ନିବେଶରେ ଏକ କାରଖାନାସ୍ଥାପନ କରିବାକୁ ଉଦ୍ୟମ କରିବିଫଳ ହୋଇଥିଲା । ଜମି ଅଧିଗ୍ରହଣ
ଓ ଅନ୍ୟାନ୍ୟ ସମସ୍ୟା ଲାଗିରହିବାରୁ କମ୍ପାନି ପ୍ରକଳ୍ପରୁ ଓହରି ଯାଇଥିଲା ।