ଓଡ଼ିଶା ଏଫ୍ସିର ପ୍ରଥମ ବିଜୟ

ଭୁବନେଶ୍ୱର, ୨୬ା୧୦ (ଡିକେନୁ୍ୟଜ୍): ସୁପର କପ୍ ବିଜେତା ଓଡ଼ିଶାଏଫସି ଚଳିତ ଏଏଫସି କପ୍ ଫୁଟବଲ୍ପ୍ରତିଯୋଗିତାରେ ମଙ୍ଗଳବାର ପ୍ରଥମବିଜୟ ପାଇଛି । ପୂର୍ବରୁ ମୋହନ ବାଗାନସୁପର ଜାଏଣ୍ଟସ୍ ଏଫସି ଓବାଂଲାଦେଶର ବସୁନ୍ଧରା କିଙ୍ଗସଏଫସିଠୁ ହାରିଥିବା ଓଡ଼ିଶା ନିଜ ଘରୋଇପଡ଼ିଆ କଳିଙ୍ଗ ଷ୍ଟାଡିୟମରେମାଳଦୀପର ମାଜିୟା ସ୍ପୋର୍ଟ୍ସ ଓରିକ୍ରିଏସନକୁ ୬-୧ ଗୋଲରେ ପରାସ୍ତକରିଥିଲା । ମ୍ୟାଚର ତୃତୀୟ ମିନିଟରେମେରତାଡ଼ା ଫଲ୍ଙ୍କ ଗୋଲରେ ପ୍ରାରମ୍ଭିକଅଗ୍ରଣୀ ନେଇଥିଲା । ୧୩ତମ ମିନିଟରେମାଜିୟାର ବ୍ରାନିମିର ଜୋସିକ୍ ଗୋଲ୍ ଶୁଝିସ୍ଥିତି ସମାନ କରିଥିଲେ । ୧୫ତମମିନିଟରେ କାର୍ଲୋସ ଡେଲ୍ଗାଡ଼ୋଙ୍କଗୋଲରେ ଘରୋଇ ଦଳ ପୁଣି ଆଗୁଆହୋଇଥିଲା । ଏହାର ୪ ମିନିଟ୍ ପରେଫଲ୍ (୧୯ ମିନିଟ୍) ବ୍ୟକ୍ତିଗତ ଦ୍ୱିତୀୟଗୋଲ୍ ସହ ପ୍ରଥମାର୍ଦ୍ଧରେ ସ୍ଥିତି ୩-୧କରିଥିଲେ । ଦ୍ୱିତୀୟାର୍ଦ୍ଧରେ ଓଡ଼ିଶାଏଫସିର ଆମି ରାନାୱାଡ଼େ (୫୮ମିନିଟ୍), ଈଶାକ ଭାନଲାଲରୁଆତଫେଲା(୬୨ ମିନିଟ୍) ଓ ସାହିଲ ପନୱାର(୯୦ ଓ ୫ ମିନିଟ୍) ଗୋଟିଏଲେଖାଏଁ ଗୋଲ୍ ଦେଇ ବିଜୟବ୍ୟବଧାନ ୬-୧ରେ ପହଞ୍ଚାଇଥିଲେ ।

#Odisha #Firstwiner #DumaniTv