ଓଡିଶା ବିଧାନସଭାରେ ଦ୍ରୌଫଦୀ ମୁର୍ମୁ

ଓଡିଶା ବିଧାନସଭାରେ ପହଞ୍ଚିଲେ ରାଷ୍ଟ୍ରପତି ପାର୍ଥୀ ଦ୍ରୌପଦୀ ମୁର୍ମୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ଫୁଲତୋଡା ଦେଇ ତାଙ୍କୁ ସ୍ୱାଗତ ଜଣାଇବା ପରେ ସମସ୍ତ ବିଜେଡି ସାଂସଦ ଏବଂ ବିଧାୟକ ବିଧାନସଭାର ସମ୍ମିଳନୀ ଗୃହକୁ ମୁର୍ମୁଙ୍କୁ ପଛୋଟି ନେଇଥିଲେ । ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମସ୍ତ ସାଂସଦ ସମେତ ବିଧାୟକ ଏବଂ ଦ୍ରୌପଦୀ ମୁର୍ମୁଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବାର ସୂଚନା ରହିଛି । ଆଲୋଚନା ପରେ ରାଜ୍ୟ ଅତିଥି ଭବନ ଓ ପରେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।