କିଏ ହେବ ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ?

ଡୁମାଣୀ ଟିଭି ,୩୧/୩ : ପାକିସ୍ତାନରେ ଇମରାନ ଖାନଙ୍କ ସରକାର ଉପରେ ସଙ୍କଟ ପଡିଛି । କ୍ରିକେଟରୁ ରାଜନେତା ହୋଇଥିବା ଇମରାନ ଖାନଙ୍କ ବିରୋଧରେ ବିରୋଧୀମାବେ ଏକଜୁଟ ହୋଇ ତାଙ୍କୁ କ୍ଷମତାରୁ ହଟାଇବାକୁ ଚେଷ୍ଟା କରୁଛନ୍ତି, ଯାହାକି ଖୁବଶୀଘ୍ର ସଫଳ ହେବାକୁ ଯାଉଛି । ଯଦି ଇମରାନ ଖାନ ଗାଦିଚ୍ୟୁତ ହୁଅନ୍ତି, ତେବେ ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କିଏ ହେବେ ବୋଲି ଏବେ ପ୍ରଶ୍ନ ଉଠୁଛୁ । ଅର୍ଥାତ୍ ଇମରାନ ଖାନ୍ ହଟିବା ପରେ ପାକିସ୍ତାନର ପ୍ରଧାନମନ୍ତ୍ରୀ କିଏ ହେବେ । ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି)ର ଅଧ୍ୟକ୍ଷ ବିଲାୱଲ ଭୁଟ୍ଟୋ ଜରଦାରୀ ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀଙ୍କ ନାଁ ଘୋଷଣା କରିଛନ୍ତି ।

ବିରୋଧୀ ପାର୍ଟିର ନେତା ବିଲାୱଲ ଭୁଟ୍ଟୋ ଜରଦାରୀ ବୁଧବାର ଦିନ କହିଛନ୍ତି ଯେ, ‘ଇମରାନ୍ ଖାନ୍ ରାଷ୍ଟ୍ରୀୟ ସଭାରେ ବହୁମତ ହରାଇଛନ୍ତି । ବିରୋଧୀ ଦଳର ନେତା ଶାହବାଜ ସରିଫ ଖୁବଶୀଘ୍ର ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ ।’
ଗୁରୁବାର ଦିନ ମତଦାନ ହେବା ଉଚିତ ବୋଲି ବିଲାୱାଲ କହିଛନ୍ତି । ବିଲାୱାଲ ଭୁଟ୍ଟୋ କହିଛନ୍ତି, ‘ଇମ୍ରାନ ଖାନ ଏବେ ସଂଖ୍ୟାଗରିଷ୍ଠତା ହରାଇଛନ୍ତି । ସେ ଆଉ ପ୍ରଧାନମନ୍ତ୍ରୀ ନୁହଁନ୍ତି । ଆଜି ସଂସଦ ଅଧିବେଶନ ଅଛି । ଆସନ୍ତୁ ଭୋଟ୍ ଦେବା ଏବଂ ଏହାର ସମାଧାନ କରିବା । ସ୍ୱଚ୍ଛ ନିର୍ବାଚନ ତଥା ଗଣତନ୍ତ୍ରର ପୁନରୁଦ୍ଧାର ସହ ଆର୍ଥିକ ସଙ୍କଟ ଦୂର କରିବା ପାଇଁ ଆମେ କାର୍ଯ୍ୟ ଆରମ୍ଭ କରିପାରିବା ।’
ବିଲାୱାଲ ଭୁଟ୍ଟୋ କହିଛନ୍ତି ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଭାଇ ଶାହବାଜ ସରିଫ ଖୁବ ଶୀଘ୍ର ଦେଶର ପ୍ରଧାନମନ୍ତ୍ରୀ ହେବେ । ମିଆନ୍ ମହମ୍ମଦ ଶାହାବାଜ ସରିଫ ହେଉଛନ୍ତି ପୁରୁଣା ପାକିସ୍ତାନୀ ନେତା । ସେ ପାକିସ୍ତାନର ଜାତୀୟ ସଭାରେ ୨୦ ଅଗଷ୍ଟ ୨୦୧୮ରୁ ବିରୋଧୀ ଦଳର ନେତା ସହିତ ପାକିସ୍ତାନୀ ମୁସଲିମ୍ ଲିଗ୍-ଏନ ର ବର୍ତ୍ତମାନ ସଭାପତି ଭାବେ କାର୍ଯ୍ୟ ତୁଲାଉଛନ୍ତି । ଏହାପୂର୍ବରୁ ସେ ନଜ ରାଜନୈତିକ କ୍ୟାରିୟରରେ ପଞ୍ଜାବର ତିନିଥର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି ଏବଂ ତାଙ୍କୁ ପଞ୍ଜାବର ଦୀର୍ଘତମ ମୁଖ୍ୟମନ୍ତ୍ରୀ କୁହାଯାଏ ।

#DUMANITV#INDIA#national news#ODISHA#pakistan pm#pm imran khan#who will be the next pm at pakistan ?