କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ସିଲ୍ ହେଲା ଦୟାଲ ଆଶ୍ରମ

ଡୁମାଣୀ ଟିଭି ,୨୭/୩ : ସିଲ୍ ହେଲା ଭୁବନେଶ୍ୱରର ଦୟାଲ ଆଶ୍ରମ। କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ଆଶ୍ରମରେ ତଦନ୍ତ କରି କ୍ରାଇମବ୍ରାଞ୍ଚ ଆଶ୍ରମ ସିଲ୍ କରିଛି। ପ୍ରାୟ ୪ଘଣ୍ଟାର ଖୋଳତାଡ଼ ପରେ ଆଶ୍ରମ ସିଲ୍ କରି ଫେରିଛି ତଦନ୍ତକାରୀ ଟିମ୍। ହତ୍ୟାରେ ବ୍ୟବହୃତ ବାଡ଼ି ମିଳିଥିବା ଜଣାପଡ଼ିଛି। ଏହା ସହ ଏକ ହାର୍ଡ ଡିସ୍କ ମଧ୍ୟ ଜବତ କରିଛି। ଡିଏସପି କଳ୍ପନା ସାହୁଙ୍କ ନେତୃତ୍ୱରେ କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମର ଦୟାଲ ଆଶ୍ରମରେ ତଦନ୍ତ ଆରମ୍ଭ କରିଥିଲା। ଫରେନ୍ସିକ୍ ଟିମ୍ ମଧ୍ୟ ସାମିଲ ଥିଲା। ଆଶ୍ରମ ଭିତରେ ଓ ବାହାରେ ୩ଊ ଲେଜର ହାଇ ଡେଫିନେସନ୍ କ୍ୟାମେରା ବ୍ୟବହାର କରାଯାଉଛି। ଆଶ୍ରମର ଲେଡି କେୟାରଟେକରଙ୍କୁ ଜେରା କରିଛି ଟିମ୍। ଆଶ୍ରମ ସହ ଜଡ଼ିତ ଥିବା ଲୋକଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ। ଆଶ୍ରମରେ ମାନସଙ୍କୁ ହତ୍ୟା କରାଯାଇଥିଲା।

ସେପଟେ ଫେରାର ଥିବା ଶର୍ମିଷ୍ଠାଙ୍କ କାର୍କୁ ଯାଞ୍ଚ କରୁଛି କ୍ରାଇମବ୍ରାଞ୍ଚ ଓ ଫରେନ୍ସିକ ଟିମ୍। ସ୍କାଏ ଟାୱାରରେ ଥିବା ଶର୍ମିଷ୍ଠାଙ୍କ ସଂପୂର୍ଣ୍ଣ ଅଫିସ ପରିସରରୁ କାରକୁ ଜବତ କରାଯାଇଥିଲା। ଏହି କାର୍ରେ କ୍ୟାମେରାମ୍ୟାନ ମାନସ ସ୍ୱାଇଁକୁ ଚାନ୍ଦବାଲିରୁ ଅପହରଣ କରାଯାଇ ଭୁବନେଶ୍ୱର ଦୟାଲ ଆଶ୍ରମ ଅଣାଯାଇଥିଲା। ହତ୍ୟା ପରେ ତାଙ୍କୁ ନୟାଗଡ଼ର ଏକ ନିକାଞ୍ଚଳ ଜାଗାରେ ପୋତି ଦିଆଯାଇଥିଲା। ମାନସ ହତ୍ୟା ମାମଲାରେ ଏଯାଏ ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ରାଉତଙ୍କ ଖୋଜଖବର ନାହିଁ । ରାଜ୍ୟ ତଥା ବାହାରେ କ୍ରାଇମବ୍ରାଞ୍ଚ ଟିମ୍ ତନାଘନା ଚଳାଇଛି । ଏହି ଘଟଣାରେ ନିରଞ୍ଜନ ସେଠୀଙ୍କ ସମେତ ୬ ଜଣଙ୍କୁ ଗିରଫ କରାଯାଇଛି ।

#bbsr dayal asram#cameraman manas swain#cameraman manas swain murder case#CRIME NEWS#crime odia news#dumani tv#INDIA#ODISHA