ଖୁବଶୀଘ୍ର ପାରିବାରିକ କଳହ ର ହେବ ସମାଧାନ

ବାବୁସାନଙ୍କ ପାରିବାରିକ କଳହର ଆପୋଷ ବୁଝାବଣା ଆରମ୍ଭ ହୋଇଯାଇଛି । ବୁଝାବଣା ଭିତରେ କଳହର ଏକ ହାପି ଏଣ୍ଡିଙ୍ଗ ପାଇଁ ସମସ୍ତ ପ୍ରକାର ପ୍ରୟାସ ଚାଲିଛି । ଏହାରି ଭିତରେ ବାବୁସାନଙ୍କ ପତ୍ନୀ ତୃପ୍ତିଙ୍କୁ ବୁଝାଇବାକୁ ଚାଲିଛି ଚେଷ୍ଟା । ତୃପ୍ତିଙ୍କ ଘରେ ପହଁଚି ତୃପ୍ତିଙ୍କୁ ବୁଝାଇବାକୁ ଉଦ୍ୟମ କରିଛନ୍ତି ଅଭିନେତା ରବି ମିଶ୍ର । ଅଭିନେତା ରବି ମିଶ୍ର ବାବୁସାନଙ୍କ ପାରିବାରିକ ବନ୍ଧୁ ହୋଇଥିବାବେଳେ ସ୍ୱାମୀ – ସ୍ତ୍ରୀ ଙ୍କ ମଧ୍ୟରେ ଆପୋସ ବୁଝାମଣା ପାଇଁ ତୃପ୍ତିଙ୍କ ଘରେ ପହଁଚିଛନ୍ତି । ପୂର୍ବରୁ ବାବୁସାନ ଚେନ୍ନାଇରୁ ଫେରିଲା ବେଳେ ବାବୁଶାନଙ୍କ ସହ ରବି ମିଶ୍ର ମଧ୍ୟ ନଜର ଆସିଥିଲେ । ଅନ୍ୟପଟରେ ଖୁବଶୀଘ୍ର ଥାନାରେ ହାଜର ହୋଇପାରନ୍ତି ବାବୁସାନ । କଣ ରହିଛି ପ୍ରକୃତି ଏବଂ ବାବୁଶାନଙ୍କ ମଧ୍ୟରେ ସମ୍ପର୍କ ? ରହିଛି କି ପ୍ରେମ ସମ୍ପର୍କ । ଏସବୁ ପ୍ରଶ୍ନର ଉତ୍ତର ପାଇଁ ଥାନାରେ ହାଜର ହୋଇ ପୋଲିସ ଆଗରେ ନିଜର ପକ୍ଷ ରଖିବେ ବାବୁସାନ । ତେବେ ପୂର୍ବରୁ ଏହି ମାମଲାରେ ପ୍ରକୃତିଙ୍କୁ ଜେରା କରିସାରିଛି ପୋଲିସ । ଅନ୍ୟପଟେ ଆଜି ପ୍ରକୃତି ଓ ବାବୁସାନଙ୍କ ଏକ ଫୋନ୍ ବାର୍ତ୍ତାଳାପର ଅଡିଓ ଭାଇରାଲ୍ ହୋଇଛି । ଫୋନ କାଳରେ ଦୁହେଁ ପ୍ରେମାଳାପ କରୁଥିବାର ଜଣାଯାଉଛି । ଅଡିଓରେ ବାବୁସାନଙ୍କ ପାଇଁ ଯନ୍ତ୍ରଣା ପାଉଛନ୍ତି ବୋଲି କହିବାରୁ ପ୍ରକୃତିଙ୍କୁ କ୍ଷମା ମାଗୁଛନ୍ତି ବାବୁସାନ୍ । ଶେଷରେ ଉଭୟ ପରସ୍ପରଙ୍କୁ ଲଭ ୟୁ ବୋଲି କହି ଫୋନ କାଟୁଛନ୍ତି । ଏଥିରୁ ପ୍ରମାଣ ମିଳୁଛି ବାବୁ ଓ ପ୍ରକୃତିଙ୍କ ମଧ୍ୟରେ ସମ୍ପର୍କ କେତେ ନିବିଡ଼ ରହିଥିଲା । ଗୋଟେପଟେ ବାବୁସାନ ଓ ପତ୍ନୀ ତୃପ୍ତିଙ୍କ ମଧ୍ୟରେ ସମ୍ପର୍କ ଯୋଡିବାକୁ ପ୍ରୟାସ ଚାଲିଥିଲାବେଳେ ଅନ୍ୟପଟେ ଭାଇରାଲ ଅଡ଼ିଓ କଲ ଏବେ ସମ୍ପର୍କରେ ଜୁଆର ଆଣିବା ନେଇ ସମ୍ଭାବନା ଦେଖାଦେଇଛି । ଆଜି ଅପରାହ୍ନରେ ପ୍ରକୃତି ମିଶ୍ରଙ୍କୁ ଛାତ ଉପରେ ଦେଖିବାକୁ ମିଳିଥିଲା । ଗଣାମାଧ୍ୟମଙ୍କ ପ୍ରଶ୍ନରେ ଉପଯୁକ୍ତ ସମୟ ଆସିଲେ ସେ ସବୁକହିବେ ବୋଲି କହିଥିଲେ । ଅନ୍ୟପଟେ ପ୍ରକୃତିଙ୍କ ବାପା ଦୁଇପାରିବାର ମଧ୍ୟରେ ଚାଲିଥିବା କଳହର ଖୁବ ଶୀଘ୍ର ସମାଧାନ ହେଇଯାଉ ବୋଲି କହିଥିଲେ । ଦିନକୁ ଦିନ ଘଟଣାର ଆହୁରି ସସପେନ୍ସ ବଢ଼ିବାରେ ଲାଗିଛି । ତେବେ ଦେଖିବାକୁ ବାକି ରହିଲା ଆଗକୁ ଏହି ମାମଲାର କେଉଁ ଆଡକୁ ଗତି କରୁଛି ।