ଗାନ୍ଧୀମୂର୍ତ୍ତି ତଳେ କଂଗ୍ରେସ ମନ୍ତ୍ରୀଙ୍କ ଧାରଣା

ଡୁମାଣୀ ଟିଭି ,୩୦/୩ :ଗାନ୍ଧୀମୂର୍ତ୍ତି ତଳେ ଧାରଣା । ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିବୃତ୍ତିକୁ କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଛି । ଗୃହ ରାଷ୍ଟ୍ର ମନ୍ତ୍ରୀ ବିଧାନସଭାରେ ଉତ୍ତର ନଦିଅନ୍ତୁ ବୋଲି ଦାବି କରିଥିଲା କଂଗ୍ରେସ। ଏହି ଦାବିକୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଅଗ୍ରାହ୍ୟ କରି ଦେଇଥିବାରୁ ଗାନ୍ଧୀ ମୂର୍ତ୍ତି ତଳେ କଂଗ୍ରେସ ପକ୍ଷରୁ ଧାରଣା।

ଖବର ଅନୁଯାୟୀ, ବିଧାନସଭାରେ ବୁଧବାର ଦିନ ରାଜ୍ୟରେ ଘଟୁଥିବା ହିଂସା ଓ ଅପରାଧ କାର୍ଯ୍ୟକଳାପ ନେଇ ବିଜେପି ପକ୍ଷରୁ ମୁଲତବୀ ପ୍ରସ୍ତାବ ଦେଇଥିଲା । ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ନାମରେ ଏବେ କିଛି ଅଭିଯୋଗ ଥିବାରୁ ସେ ଏହି ପ୍ରସଙ୍ଗରେ ଉତ୍ତର ନଦେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ଉତ୍ତର ରଖନ୍ତୁ ବୋଲି କଂଗ୍ରେସ ବିଧାୟକ ତାରା ବାହିନୀପତି ଦାବି କରିଥିଲେ। କିନ୍ତୁ ବାଚସ୍ପତି କଂଗ୍ରେସର ଦାବିକୁ ଅଗ୍ରାହ୍ୟ କରିଦେଇଥିଲେ । ଶେଷରେ କଂଗ୍ରେସ ବିଧାୟକମାନେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିବା ସହ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଛନ୍ତି।

# political partys#congress mla#DUMANITV#gandhi murti#INDIA#MLA INDIA#ODISHA