ନୂଆଦିଲ୍ଲୀ,: ଅଯୋଧ୍ୟାରେ ର୍ନିମିତ ହୋଇଥିବା ରାମ ମନ୍ଦିରର ର୍ନିମାଣ କାର୍ଯ୍ୟ ଚଳିତ ବର୍ଷ ଜୁନ୍ ୫ ସୁଦ୍ଧା ସମ୍ପୂର୍ଣ୍ଣ ଭାବରେ ସମାପ୍ତ ହେବ । ରାମ ମନ୍ଦିର ର୍ନିମାଣ କାର୍ଯ୍ୟ ବିଷୟରେ ସୂଚନା ଦେଇଛନ୍ତି ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ର୍ନିମାଣ ସମିତିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର । କହିଛନ୍ତି ଯେ, ଚଳିତ ବର୍ଷ ଜୁନ୍ ୫ ସୁଦ୍ଧା ରାମ ମନ୍ଦିର ର୍ନିମାଣ ଶେଷ ହେବ । ମଙ୍ଗଳବାର ସକାଳେ, ଅଯୋଧ୍ୟାର ରାମ ଜନ୍ମଭୂମି ମନ୍ଦିରରେ ଏକ ଐତିହାସିକ ମୁହୂର୍ତ୍ତ ଦେଖିବାକୁ ମିଳିଥିଲା । ମଙ୍ଗଳବାର ସକାଳେ, ବୈଶାଖ ଶୁକ୍ଳ ଦ୍ୱିତୀୟା, ସକାଳ ୮ ଟାରେ, ମନ୍ଦିରର ମୁଖ୍ୟ ଶିଖରରେ ୪୨ ଫୁଟ ଉଚ୍ଚ ପତାକା ସ୍ତମ୍ଭ ସ୍ଥାପନ କରାଯାଇଥିଲା । ରାମ ଜନ୍ମଭୂମି ର୍ତିଥ କ୍ଷେତର ଟ୍ରଷ୍ଟର
ସାଧାରଣ ସମ୍ପାଦକ ଚମ୍ପତ ରାୟ ଏହି ସୂଚନା ଦେଇଛନ୍ତି । ପତାକା ଖୁଣ୍ଟ ସ୍ଥାପନ ପ୍ରକ୍ରିୟା ସକାଳ ସାଢେ ୬ରେ ଆରମ୍ଭ ହୋଇଥିଲା ଏବଂ ଦେଢ଼ ଘଣ୍ଟା ମଧ୍ୟରେ ସମାପ୍ତ ହୋଇଥିଲା । ରାମ ମନ୍ଦିର ର୍ନିମାଣ ଦ୍ରୁତ ଗତିରେ ଶେଷ ହେଉଛି ଏବଂ ପତାକା ସ୍ତମ୍ଭ ସ୍ଥାପନ ମନ୍ଦିରର ଭବ୍ୟ ଦୃଶ୍ୟକୁ ଆହୁରି ବୃଦ୍ଧି କରୁଛି । ମନ୍ଦିରର ମୁଖ୍ୟ ଶିଖରରୁ ଦୂରରୁ ଏହି ୪୨ ଫୁଟ ଉଚ୍ଚ ପତାକା ସ୍ତମ୍ଭ ଦୃଶ୍ୟମାନ ହେଉଛି । ଏହି ପତାକା ସ୍ତମ୍ଭକୁ ସ୍ୱତନ୍ତ୍ର ଭାବରେ ଡିଜାଇନ୍ କରାଯାଇଛି ଯାହା ମନ୍ଦିରର ମହିମା ଏବଂ ପବିତ୍ରତା ସହିତ ମେଳ ଖାଉଛି । ଏହାକୁ ସ୍ଥାପନ କରିବା ପାଇଁ ଏକ ଦକ୍ଷ ଇଞ୍ଜିନିୟର ଏବଂ କାରିଗର ଦଳ ଦିନରାତି ପରିଶ୍ରମ କରିଥିଲେ । ଚମ୍ପତ ରାୟ କହିଛନ୍ତି
ଯେ ପତାକା ସ୍ତମ୍ଭ ସ୍ଥାପନ କାର୍ଯ୍ୟ ଅତ୍ୟନ୍ତ ସତର୍କତା ଏବଂ ଧାର୍ମିକ ରୀତିନୀତି ସହିତ କରାଯାଇଥିଲା । ଏବେ ଏହା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଗର୍ଭଗୃହ ଏବଂ ମୁଖ୍ୟ ଗଠନ ପୂର୍ବରୁ ସମାପ୍ତ ହୋଇସାରିଛି ।