ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିକଟସ୍ଥ ଘୁମୁସର ବନଖଣ୍ଡ ତଥା ଦକ୍ଷିଣ ଉତର ବନଖଣ୍ଡରେ ଆଜକୁ ପ୍ରାୟ ସପ୍ତାହେ ହେବ ନିଆଁ ଲାଗି ହୁତୁ ହୁତୁ ହୋଇ ଜଳି ଚାଲିଛି ଜଙ୍ଗଲ, ଜଙ୍ଗଲରେ ଥିବା ବଡ଼ ବଡ଼ ଗଛରେ ନିଆଁ ଲାଗି ଏହା ଭୀଷଣ ରୂପ ଧାରଣ କରିଛି । ଫଳରେ ସୋରଡ଼ା, ଭଞ୍ଜନଗର ଓ ଜଗନ୍ନାଥ ପ୍ରସାଦ ବନାଚଂଳରେ ଧୂଆଁର ଏକ ଆସ୍ତରଣ ଦେଖିବାକୁ ମିଳିଛି ଏବଂ ବନ୍ୟଜନ୍ତୁଙ୍କ ପାଇଁ ଏହା ମଧ୍ୟ ବିପଦ ସୃଷ୍ଟି କରିଛି । ଜଙ୍ଗଲରୁ ନିଆଁ ଲିଭାଇବା ପାଇଁ ବନ ବିଭାଗ ପକ୍ଷରୁ ବିଶେଷ କିଛି ପଦକ୍ଷେପ ଗ୍ରହଣ କରାଯାଇପାରିନାହିଁ । ଯଦ୍ୱାରା ଏହି ଅଗ୍ନିକାଣ୍ଡ କାଣ୍ଡ ଯୋଗୁଁ ଉତାପ ବୃଦ୍ଧି ପାଇ ୪୦ ଡ଼ିଗ୍ରୀ ପର୍ଯ୍ୟନ୍ତ ପହଂଚି ଥିବା ଜଣାପଡିଛି । ବିଭାଗୀୟ ମନ୍ତ୍ରୀ ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଂଚଳ ଜଙ୍ଗଲ ବିଭାଗ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ନିର୍ବାଚନ ମଣ୍ଡଳି ହୋଇଥିବା ବେଳେ ସେ ଏ ଦିଗରେ ବର୍ତମାନ କୌଣସି ଠୋସ୍ ପଦକ୍ଷେପ ନନେବା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି ।