ଦୁଇ ଭାଇ ମିଶି ଗଞେଇ ଚୋରା ଚାଲାଣ ମାଡି ବସିଲା ପୁଲିସ୍

କୋରାପୁଟ :ଦୁଇ ଭାଇ ମିଶି କରୁଥିଲେ ଗଞେଇ ଚୋରା ଚାଲାଣ। ଟ୍ରେନ ରେ ଚଡ଼ିବା ପୁର୍ବରୁ ମାଡିବସିଲା କୋରାପୁଟ ଜିଆରପି ଓ ଆରପିଏଫ୍ ପୁଲିସ୍। ଦୁଇ ଭାଇ ଦୁଇ ଟି ବ୍ୟାଗରେ ଗଞେଇ ଚାଲାଣ କରୁଥିଲେ। କୋରାପୁଟ ଷ୍ଟେସନ ରେ   କିରନଡୁଲ ବିଶାଖାପାଟନା ଟ୍ରେନ କୁ ଅପେକ୍ଷା କରିଥିଲେ। ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ RPF ଏବଂ GRP ପୁଲିସ ପୋହଁଚି ଦୁଇ ଭାଇଙ୍କୁ କାବୁ କରିବା ସହ ଗଞେଇ ଜବତ କରିଥିଲେ। କୋଡ଼ିଏ କେଜି ଗଞେଇ ଜବତ ର ଆନୁମାନିକ ମୂଲ୍ୟ ଦୁଇ ଲକ୍ଷ ଟଙ୍କା ରୁ ଉର୍ଦ୍ଧ୍ବ ହେବ ବୋଲି କୋରାପୁଟ ଆରପିଏଫ୍ ଥାନା ଅଧିକାରୀ ସୂଚନା ଦେଇଚନ୍ତି। ଦୁଇ ଭାଇ ସେମିଲିଗୁଡା ରୁ ଜଣେ ବ୍ୟକ୍ତି ରୁ ଗଞେଇ କିଣି ନିଜ ଗାଁ ଝାଡ଼ଖଣ୍ଡ କୁ ନେଉ ଥିଲେ। ଏଵଂ ଝାଡଖଣ୍ଡ ରେ ଚଡା ଦର ରେ ବିକ୍ରି କରିବା ପାଇଁ। ଦୁଇ ଭାଇ ଙ୍କ ନା ବିଶାଳ ଦୁବେ.ଓ ଭରତ  କୁମାର୍ ଦୁବେ। ଆସନ୍ତାକାଲି ଦୁଇ ଜଣ ଙ୍କୁ କୋର୍ଟ ଫରୱାର୍ଡ କରାଯିବ ବୋଲି ସୂଚନା ଦେଇଛନ୍ତି କୋରାପୁଟ ଆରପିଏଫ୍ ଥାନା ଅଧିକାରୀ ସନ୍ତୋଷ ମହନ୍ତ।