ଧୋନି ମୋ ଆଦର୍ଶ: ଜସ୍ ବଟଲର୍

ମୁମ୍ବାଇ, ୨୬ା୧୦: ଇଂଲଣ୍ଡ କ୍ରିକେଟରଙ୍କ ମୁହଁରେ ଧୋନିଙ୍କ ପ୍ରଂଶସା । ଇଂଲଣ୍ଡ ଦିନିକିଆ କ୍ରିକେଟ୍ଦଳର ଅଧିନାୟକ ଜସ୍ ବଟଲର ପୁଣିଥରେ କ୍ୟାପଟେନ୍ କୁଲ୍ଙ୍କୁ କରିଛନ୍ତିପ୍ରଂଶସା । ଭାରତୀୟ ଦଳର ପୂର୍ବତନଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କନେଇ ଅନେକ କଥା କହିଛନ୍ତିବଟଲର । ସେ କହିଛନ୍ତି ଯେ, ମୁଁ
ଧୋନିଙ୍କ ଜଣେ ବଡ଼ ଫ୍ୟାନ୍ ।ସବୁବେଳେ ମୁଁ ତାଙ୍କୁ ଅନୁସରଣକରିଥାଏ । ଏପିରିକି ସେଯେତେବେଳ କ୍ରିକେଟ୍ ଖେଳୁଥିଲେ ।ତାଙ୍କ ଖେଳ ଦେଖିବାକୁ ଖୁବ୍ ମଜା
ଲାଗିଥାଏ । କଠିନ୍ ସମୟରେ ଟିମଙ୍କୁକିପରି ସମ୍ଭାଳିବା । ତାହା ଧୋନିଙ୍କରଠାରୁ ଶିଖିବାରେ ଅଛି । ଯେତେ ବଡ଼ବିରୋଧୀ ଟିମ୍ ହେଉ କିମ୍ବା ଯେତେ
ରୋମାଞ୍ଚକର ମ୍ୟାଚ୍ ହୋଇଥାଉ । ସବୁବେଳେ ଶାନ୍ତ ସ୍ୱଭାବରେ ରହିଥାନ୍ତିମହେନ୍ଦ୍ର ସିଂହ ଧୋନି । ଯାହାକି ତାଙ୍କଠାରୁ ସମସ୍ତେ ଶିଖିବା ଉଚିତ ।ଏପିରିକି ତାଙ୍କ ୱିକେଟ୍ କିପିଂ ଷ୍ଟାଇଲ୍ମଧ୍ୟ ନିଆରା ରହିଥାଏ । ଅଧିକାଂଶସମୟରେ ମୁଁ ତାଙ୍କର ୱିକେଟ୍ କିପିଂଷ୍ଟାଇଲକୁ ଅନୁସରଣ କରିଥାଏ । ସେମୋ ପାଇଁ ପ୍ରେରଣଦାୟୀ । ତାଙ୍କୁ ସବୁବେଳେ ମୁଁ ଅନୁସରଣ କରିଥାଏ ।ତାଙ୍କ ଭଳି କ୍ରିକେଟର ଖୁବ୍ କମ୍ଦେଖିବାକୁ ମିଳିଥାଏ । ମହେନ୍ଦ୍ର ସିଂହଧୋନି ଅନ୍ତର୍ଜାତୀୟ କ୍ରିକେଟରୁଅବସର ନେଇସାରିଛନ୍ତି । ଏବେକେବଳ ଆଇପିଏଲରେ ଖେଳ ଜାରିରଖିଛନ୍ତି । ଚେନ୍ନାଇ ସୁପର କିଙ୍ଗସରଅଧିନାୟକ ଭାର ସମ୍ଭାଳୁଛନ୍ତି ଧୋନି ।ତାଙ୍କ ନେତୃତ୍ୱରେ ଚେନ୍ନାଇ ଟିମ୍ଚଳିତ ବର୍ଷ ଆଇପିଏଲରେ ପଞ୍ଚମଥର ପାଇଁ ଚମ୍ପିଆନ୍ ହୋଇଛି ।

#England #sport #DumaniTv