ପୁରୀ ସମୁଦ୍ରକୂଳରୁ ନାବାଳକ ଉଦ୍ଧାର

ପୁରୀ, ୧୪ ଜୁଲାଇ – ଆଜି ସମୁଦ୍ରକୂଳରୁ ଏକ ନାବାଳକକୁ ଚାଇଲଡ ଲାଇନ ଉଦ୍ଧାର କରିଛି। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରୁ ଆସିଥିବା ଜଣେ ମହିଳା ନିଜ ସ୍ଵାମୀର ମୃତ୍ୟୁ ପରେ ଆସି ଅନ୍ୟ ଏକ ପୁରୁଷ ସାଙ୍ଗରେ ସମ୍ପର୍କ ରଖି ପୁରୀରେ ରହୁଥିଲେ। ତାଙ୍କର ଗୋଟିଏ ପୁଅ ରହିଛି। ତାର ବୟସ ୮ ବର୍ଷ ହେବ। ମା ଏବଂ ସେହି ପୁରୁଷ ଜଣକ ଚାରିରୁ ପାଞ୍ଚ ଦିନ ହେବ ଏହି ନିରୀହ ନାବାଳକକୁ ନିର୍ଯାତନା ଦେଇ ଆସୁଥିଲେ। ସ୍ଥାନୀୟ ଲୋକେ ଏହା ଦେଖି ସେହି ନାବାଳକକୁ ଉଦ୍ଧାର କରିଥିଲେ। ତାପରେ ଯୁବସମାଜସେବୀ ଜି.ବାପି, ଏ. ଆଦିତ୍ୟ ଓ ରାଜକିଶୋର ମହାନ୍ତି ଫୋନ ଯୋଗେ ଚାଇଲ୍ଡ୍ ଲାଇନ୍ କୁ ଯୋଗାଯୋଗ କରିଥିଲେ। ଘଟଣାସ୍ଥଳରେ ଚାଇଲ୍ଡ୍ ଲାଇନ୍ ର କର୍ମଚାରୀ ପହଂଚି ପିଲାର ମା ସହ କଥାବାର୍ତ୍ତା ହୋଇଥିଲେ। ଶେଷରେ ସେହି ପିଲାକୁ ସେହି ସ୍ଥାନରୁ ଉଦ୍ଧାର କରିଥିଲେ। ପରେ ଚାଇଲ୍ଡ୍ ଲାଇନ୍ ର ଆମ୍ବୁଲାନ୍ସ ଯୋଗେ ସେହି ପିଲାକୁ ସେହି ସ୍ଥାନରୁ ନେଇଯାଇଥିଲେ।