ପ୍ରକାଶ ପାଇଲା ନିଟ୍‌ ୟୁଜି ୨୦୨୨ର ପରୀକ୍ଷା ତାରିଖ

ଡୁମାଣୀ ଟିଭି,୭/୪ : ଜାତୀୟ ପରୀକ୍ଷଣ ଏଜେନ୍ସି ପକ୍ଷରୁ ବୁଧବାର ନିଟ୍‌ ୟୁଜି ୨୦୨୨ ପାଇଁ ଅଫିସିଆଲ ନୋଟିଫିକେସନ୍‌ ଜାରି କରାଯାଇଛି। ନୋଟିଫିକେସନ୍‌ ମୁତାବକ, ପରୀକ୍ଷା ଜୁଲାଇ ୧୭ରେ ହେବ। ଅନ୍ୟପଟେ ଏନ୍‌ଟିଏ ପକ୍ଷରୁ ନିଟ୍‌ ୨୦୨୨ ପଞ୍ଜିକରଣ ପ୍ରକ୍ରିୟା Neet.nta.nic.in ରେ ଆରମ୍ଭ ହୋଇଯାଇଛି।
ନୋଟିଫିକେସନ୍‌ ମୁତାବକ, ନିଟ୍‌ ୟୁଜି ପରୀକ୍ଷା ୨୦୨୨ ସାରା ଦେଶରେ ୧୩ଟି ଭାଷାରେ ଆୟୋଜିତ ହେବ। ଇଚ୍ଛୁକ ପ୍ରାର୍ଥୀ Neet.nta.nic.in, nta.ac.inରେ ପୂରା ବିବରଣୀ ଦେଖିପାରିବେ। ମେଡିକାଲ ପ୍ରବେଶ ପରୀକ୍ଷା ନିଟ୍‌ ଜୁଲାଇ ୧୭ରୁ ଆୟୋଜିତ ହେବ ଓ ଏହାର ପଞ୍ଜିକରଣ ପ୍ରକ୍ରିୟା ବୁଧବାର ଠାରୁ ଆରମ୍ଭ ହେବ।

ଏନ୍‌ଟିଏର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଅନ୍‌ଲାଇନ୍‌ ଆବେଦନ ଦାଖଲ କରିବାର ଶେଷ ତାରିଖ ମେ’ ୬ ରହିଛି। ପ୍ରାର୍ଥୀଙ୍କୁ ଏହି ସୂଚନା ବୁଲେଟିନ୍‌ ଓ ଏନ୍‌ଟିଏ ୱେବ୍‌ସାଇଟ୍‌ରେ ମିଳିଯିବ। ପ୍ରାର୍ଥୀଙ୍କୁ ଏହି ନିର୍ଦ୍ଦେଶକୁ କଡ଼ା କଡ଼ି ଭାବେ ପାଳନ କରିବାକୁ ହେବ। ଯେଉଁ ପ୍ରାର୍ଥୀ ଏହି ନିୟମ ନ ମାନିବ ତାଙ୍କୁ ଅଯୋଗ୍ୟ ଘୋଷିତ କରାଯିବ ଅଧିକାରୀ କହିଛନ୍ତି, ପରୀକ୍ଷାର୍ଥୀଙ୍କୁ ଏହା ସୁନିଶ୍ଚିତ କରିବାକୁ ପଡ଼ିବ ଯେ ଅନ୍‌ଲାଇନ୍‌ ଆବେଦନରେ ସେ ନିଜର କିମ୍ବା ଅଭିଭାବକଙ୍କ ନମ୍ବର ଓ ଇ-ମେଲ୍‌ ଆଇଡି ଦେବେ। କାରଣ ଏନ୍‌ଟିଏ ପକ୍ଷରୁ କେବଳ ଏହି ଫୋନ୍‌ ନମ୍ବର ଓ ଇମେଲ ଆଇଡିରେ ହିଁ ପରୀକ୍ଷାର ସମସ୍ତ ସୂଚନା ଦିଆଯିବ।

#DUMANITV#INDIA#NEET exam#neet exam day reveled#ODISHA