ବିଜେଡ଼ି ତରଫରୁ ନୂଆଖାଇ ଭେଟ୍ ଘାଟ ଏବଂ କର୍ମୀ ସମ୍ମିଳନୀ

ବଲାଂଗୀର, : ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ରେ ବିଜେଡ଼ି ତରଫରୁ ଯୁବ ନେତା ଗିରିରାଜ ସିଂ ମାଝୀଙ୍କ ନେତୃତ୍ୱରେ ନୂଆଖାଇ ଭେଟ୍ ଘାଟ ଏବଂ ବିଜେଡ଼ି କର୍ମୀ ସମ୍ମିଳନୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏହି କାର୍ଯ୍ୟ କ୍ରମରେ ସମସ୍ତ ଅଞ୍ଚଳ ବାସୀଙ୍କୁ ନୂଆଖାଇ ଶୁଭେଚ୍ଛା ଜଣାଇବା ସହ ବିଜେଡ଼ି କର୍ମୀମାନଙ୍କୁ ସରକାରଙ୍କ ଯୋଜନା ବିଷୟରେ ଲୋକଙ୍କୁ ଅବଗତ କରାଇବା ପାଇଁ ଆହ୍ୱାନ କରାଯାଇଥିଲା । ଆଗାମୀ ଦିନରେ ନିର୍ବାଚନ ଆସୁଥିବାରୁ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ବିଧାୟକ ବିଜୟୀ କରାଯିବ ନେଇ ସମସ୍ତଙ୍କୁ ବୁଥ ସ୍ତରରେ କାର୍ଯ୍ୟରତ ରହିବା ପାଇଁ କୁହାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଯୁବ ବିଜେଡ଼ି ନେତା ଗିରି ରାଜ ସିଂ ମାଝୀଙ୍କ ପ୍ରତି ଲୋକଙ୍କ ଆସ୍ଥା ଦେଖିବାକୁ ମିଳିଥିଲା । ଗିରିରାଜ ସିଂ ମାଝୀଙ୍କ ନେତୃତ୍ୱରେ ହଜାର ହଜାର ସଂଖ୍ୟାରେ ଲୋକେ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ଅନେକ ସମୟରେ ଲୋକଙ୍କ ମୁହଁରୁ ଯୁବ ବିଜେଡ଼ି ନେତା ଗିରି ରାଜ ସିଂ ମାଝୀଙ୍କୁ ଆଗାମୀ ଦିନରେ ବିଜେଡ଼ି ଦଳର ବିଧାୟକ ପ୍ରାର୍ଥୀ ରୂପେ ଉପସ୍ଥାପନ କରାଗଲେ ବିଜେଡ଼ି ଦଳ ପୂର୍ଣ୍ଣ ବହୁମତର ବିଜୟ ଲାଭ କରିବ ବୋଲି\ ଚର୍ଚ୍ଚା ଜୋର ଧରିଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଓଡ଼ିଶା
ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂ ଦେଓ ଯୋଗଦାନ କରିଥିଲେ । ସମାଜ ସେବୀ ଓ କଳାକାର ତୁଳସୀ ରାମ ଜଗତ ମଞ୍ଚ ପରିଚାଳନା କରିଥିଲେ । ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ୟକ୍ଷ ନିରୁପମା ମାଝୀ, ପର୍ଯ୍ୟବେକ୍ଷକ ରାଜୁ ଘିବେଲା, ବିଜେଡ଼ି ଯୁବ ସାଧାରଣ ସମ୍ପାଦକ ଅଜିତ ଯୋଶୀ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସଦସ୍ୟ ହଂସରାଜ୍ ଜୈନ, ବିଜେଡ଼ି ଆଇନ ସେଲ ଜିଲ୍ଲା ସଭାପତି ପ୍ରଫୁଲ୍ଲ କୁମାର ନାୟକ, ଜିଲ୍ଲା ପରିଷଦ ସଦସ୍ୟ ସମା ପରବିନ, ଗୋପା ମହାନନ୍ଦ୍‌, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଅଜୟ ଦାସ, ତୁରେକେଲା ବ୍ଲକ ସଭାପତି ଆଶାଦୂଲ୍ଲା ଖାଁ, ଦେବାର ବାରିକ, ପିଙ୍କି ଖର୍ସେଲ, ଉମା ସାହୁ,ବିଷ୍ଣୁ ଯୁଏଡ ପ୍ରମୁଖ ଉପସ୍ଥିତ ଥିଲେ ।

#balangirRemove term: #bjd #bjdRemove term: #dumanikhabar #dumanikhabarRemove term: #localnews #localnewsRemove term: #nuakhai #nuakhaiRemove term: #odisha #odisha