ବିଦେଶରେ ଛୁଟି କାଟୁଛନ୍ତି ବିରାଟ କୋହଲି-ଅନୁଷ୍କା ଟି-ଷ୍ଟଲରୁ ସେୟାର କଲେ ରୋମାଣ୍ଟିକ୍‌ ଫଟୋ

ନୂଆଦିଲ୍ଲୀ, ୧୩ା୯: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ କ୍ରିକେଟର ବିରାଟ କୋହଲି ଚର୍ଚ୍ଚିତ କପୁଲଙ୍କ ମଧ୍ୟରେ ଗଣା । ସୋସିଆଲ ମିଡିଆରେ ଏମାନଙ୍କ ଫଟୋ ସବୁ ଭାଇରାଲ ହୋଇଥାଏ । ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଆଉ ଏକ ଫଟୋ । ଏବେ ପୁଣି ଥରେ ଅନୁଷ୍କା ଶର୍ମା ବିରାଟ କୋହଲି ତାଙ୍କର କିଛି ନୂଆ ପ୍ରଶଂସକଙ୍କ ପାଇଁ ଇନଷ୍ଟାରେ ସେୟାର କରିଛନ୍ତି ଫଟୋ । ଫ୍ୟାନ୍ସ ଏହା ଦେଖିବା ପରେ ଖୁବ ପସନ୍ଦ କରୁଛନ୍ତି । ଯଦିଓ ଉଭୟ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ନିଜର ପର୍ସନାଲ ଲାଇଫକୁ ପ୍ଲବିକ୍‌ କରିବାକୁ ପସନ୍ଦ କରନ୍ତିନି । କିନ୍ତୁ ସର୍ବଦା ଏହି ଦମ୍ପତି ନିଜ ରୋମାଣ୍ଟିକ ଚିତ୍ରକୁ ଇନଷ୍ଟାଗ୍ରାମରେ ସେୟାର କରନ୍ତି । ଏବେ ପୁଣି ଥରେ ଅନୁଷ୍କା ଶର୍ମା ସ୍ୱାମୀ ବିରାଟ କୋହଲିଙ୍କ ସହ ରୋମାଣ୍ଟିକ ଚିତ୍ର ସେୟାର କରିଛନ୍ତି । ଯେଉଁଥିରେ ଏହି
କପଲ ପରସ୍ପର ସହିତ ବ୍ୟକ୍ତିଗତ ସମୟ ବିତାଉଥିବାର ନଜର ଆସିଛନ୍ତି । ଫଟୋଗୁଡ଼ିକରେ ଅନୁଷ୍କା ସ୍ୱାମୀ ବିରାଟ କୋହଲିଙ୍କ ସହ ବ୍ରିଟେନର ଏକ · ଷ୍ଟଲରେ ନିଜର ମୂଲ୍ୟବାନ ସମୟ ବିତାଉଥିବାର ନଜର ଆସିଛନ୍ତି । ପ୍ରଥମ ଫଟୋରେ ଅନୁଷ୍କା ଏବଂ ବିରାଟ · ପିଉଥିବା ନଜର ଆସିଛନ୍ତି । କହିବାକୁ ଗଲେ ଅନୁଷ୍କା ଶର୍ମା କ୍ରିକେଟର ବିରାଟ କୋହଲିଙ୍କୁ ୧୧ ଡିସେମ୍ବର ୨୦୧୭ରେ ବିବାହ କରିଥିଲେ । ବିବାହ ପୂର୍ବରୁ ଦୀର୍ଘ ସମୟ ପରସ୍ପରକୁ ଡେଟ କରିଥିଲେ । ପ୍ରାୟ ୩ ବର୍ଷର ବିବାହ ପରେ ଦମ୍ପତି ୧୧ ଜାନୁଆରୀ ୨୦୨୧ରେ ଏକ ଝିଅକୁ ଜନ୍ମ ଦେଇଥିଲେ । ଦ୍ୱିତୀୟ ଚିତ୍ରରେ, ସେ ହାତରେ କଫି କପ୍‌ ଧରି ହସୁଥିବା ନଜର ଆସିଛନ୍ତି । ତୃତୀୟ ତଥା ଶେଷ ଫଟୋରେ ବିରାଟ ଏବଂ ଅନୁଷ୍କା କ୍ୟାମେରା ଆଗରେ ପୋଜ୍‌ କରୁଛନ୍ତି ।