ବେଙ୍ଗାଲୁରୁ, ୨୭ା୧୦: ବିଶ୍ୱକପରେହାର୍ଦ୍ଦିକ୍ ପାଣ୍ଡ୍ୟାଙ୍କୁ ନେଇ ଟିମ୍ ଇଣ୍ଡିଆରମୁସ୍କିଲ୍ ବଢିଲା । ବିଶ୍ୱକପରେପରବର୍ତ୍ତୀ ମ୍ୟାଚ ଗୁଡ଼ିକ ସେ ଖେଳିବେନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।ହେଲେ ଇଂଲଣ୍ଡ ବିପକ୍ଷରେ ଲକ୍ଷ୍ନୌଖେଳାଯିବାକୁ ଥିବା ମ୍ୟାଚରେ ହାର୍ଦ୍ଦିକ୍ପାଣ୍ଡ୍ୟା ଖେଳିବେ ନାହିଁ ବୋଲି ସ୍ପଷ୍ଟହୋଇଛି । ଅନ୍ୟପଟେ ପାଣ୍ଡ୍ୟାଙ୍କୁସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ଆହୁରି ଦୁଇସପ୍ତାହ ଲାଗିବ ବୋଲି ଏନସିଏପକ୍ଷରୁ କୁହାଯାଇଛି । ଗତ ବାଂଲାଦେଶବିପକ୍ଷ ମ୍ୟାଚରେ ଆହତ ହୋଇଥିଲେହାର୍ଦ୍ଦିକ ପାଣ୍ଡ୍ୟା । ଆଘାତ ଗଭୀର ଥିବାଏମ୍ଆରଆଇ ରିପୋର୍ଟ ଜଣାପଡ଼ିଛି ।ପାଦର ଏକ ଲିଗାମେଣ୍ଟରେ କ୍ଷତ ସୃଷ୍ଟିହୋଇଛି । ଏପରିକି ସମ୍ପୂର୍ଣ୍ଣଟୁର୍ଣ୍ଣାମେଣ୍ଟରୁ ସେ ବାଦ୍ ପଡ଼ିବା ନେଇଆଶଙ୍କା କରାଯାଉଛି । ଏନେଇବିସିସିଆଇ ପକ୍ଷରୁ କୌଣସି ସୂଚନାଦିଆଯାଇନାହିଁ । ମାତ୍ର ପାଣ୍ଡ୍ୟାଙ୍କୁ ଶୀଘ୍ରସୁସ୍ଥ କରିବାକୁ ବେଙ୍ଗାଲୁରୁରେ ଥିବାଜାତୀୟ କ୍ରିକେଟ୍ ଏକାଡେମୀ ଚିକିତ୍ସାକରାଯାଉଛି । ନିତିନ ପଟେଲଙ୍କଅଧିନରେ ଏକ ଡାକ୍ତରୀ ଦଳପାଣ୍ଡ୍ୟାଙ୍କୁ ଫିଟ୍ କରାଇବାକୁ ଲାଗିପଡ଼ିଛନ୍ତି । ତାଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ହେବାକୁଅତି କମରେ ୨ ସପ୍ତାହ ସମୟଲାଗିବ ବୋଲି ଏନସିଏ ପକ୍ଷରୁ ଟିମମ୍ୟାନେଜମେଣ୍ଟକୁ ସୂଚନାଦିଆଯାଇଛି । ଫଳରେ ଆଗାମୀଇଂଲଣ୍ଡ ଓ ଶ୍ରୀଲଙ୍କା ସମେତ ଦକ୍ଷିଣଆଫ୍ରିକା ବିପକ୍ଷ ମ୍ୟାଚରେ ମଧ୍ୟପାଣ୍ଡ୍ୟାଙ୍କ ଖେଳିବାର ସମ୍ଭାବନା କମ୍ ।ଆସନ୍ତା ସପ୍ତାହରେ ପାଣ୍ଡ୍ୟାଙ୍କ ଆହତସମସ୍ୟାର ସ୍ପଷ୍ଟ ତଥ୍ୟ ମିଳିପାରିବ ।ତଥାପି ଟିମ ମ୍ୟାନେଜମେଣ୍ଟ ତାଙ୍କସ୍ଥାନରେ ଅନ୍ୟ କୌଣସି ଖେଳାଳିଙ୍କୁଡକାଇବାକୁ ·ହୁଁନାହିଁ । ପଏଣ୍ଟତାଲିକାର ଶୀର୍ଷରେ ରହିଥିବା ଭାରତସେମି ଫାଇନାଲ୍ ଖେଳିବାର ଯଥେଷ୍ଟସମ୍ଭାବନା ରହିଛି । ଭାରତୀୟ ଦଳ ଇତିମଧ୍ୟରେ ଲକ୍ଷ୍ନୌରେ ପହଞ୍ଚି ଅଭ୍ୟାସଆରମ୍ଭ କରିଛି । ହେଲେ ପାଣ୍ଡ୍ୟା ଦଳସହ ଯୋଗ ଦେଇ ନାହାନ୍ତି ।