ବ୍ରହ୍ମପୁରରେ ମାକ୍ସ ବାଧ୍ୟତାମୂଳକ, ସଂକ୍ରମଣକୁ ଦୃଷ୍ଟିରେରଖି ପ୍ରଶାସନର ନିଷ୍ପତି

ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ତେବେ ଏନେଇ ପ୍ରଶାସନ ମଧ୍ୟ ଉପଯୁକ୍ତ କଟକଣା ଜାରୀ କରୁଛି । ପୂର୍ବ କିଛି ଦିନ ତଳେ ରାଜଧାନୀ ଭୁବନେଶ୍ୱରରେ ମାକ୍ସ ବାଧାୟତାମୂଳକ କରାଯାଇଥିଲା । ଆଜି ରେଶମ ସହର ବ୍ରହ୍ମପୁରରେ ମାକ୍ସ ବାଧ୍ୟତାମୂଳକ କରାଯାଇଛି । ସେହିପରି ଦୈନିକ ସଂକ୍ରମଣକୁ ରୋକିବା ପାଇଁ ଭୁବନେଶ୍ୱର,ବ୍ରହ୍ମପୁର ସମେତ କଟକ, ସମ୍ବଲପୁର ଆଦି ସହରରେ ମାକ୍ସ ବାଧ୍ୟତାମୂଳକ କରାଯାଇଛି । ଆଜି ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରୀ କରାଯାଇଛି । ସୂଚନା ଅନୁଯାୟୀ ବ୍ରହ୍ମପୁରରେ ରହୁଥିବା ଓ ବାହାର ଅଞ୍ଚଳରୁ ବ୍ରହ୍ମପୁର କୁ ଆସୁଥିବା ବ୍ୟକ୍ତିବିଶେଷ ସଠିକ ଢଙ୍ଗରେ ମାକ୍ସ ପରିଧାନ କରିବେ । ସେହିପରି ଜନଗହଳି ସ୍ଥାନ, ପୂଜା ମଣ୍ଡପ, ଜିମ୍, ସପିଙ୍ଗମଲ୍ ଏବଂ ଦୋକାନମାନଙ୍କରେ ଲୋକମାନେ ମାକ୍ସ ପିନ୍ଧିବା ବାଧ୍ୟତା ମୂଳକ । ନଚେତ୍ ସେହି ସ୍ତାନମାନଙ୍କୁ ପ୍ରବେଶ ନିଶେଧ ପାଇଁ ଚେତାବନୀ ଦିଆଯାଇଛି । ସମସ୍ତ ପ୍ରବେଶ ପଥରେ ନୋ ମାକ୍ସ ନୋ ଏଣ୍ଟ୍ରି ବୋର୍ଡ ମାରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ପେଟ୍ରୋଲ ପମ୍ପରେ ମାକ୍ସ ବାଧ୍ୟତାମୂଳକ ସହିତ ସରକାରୀ କର୍ମଚାରୀ କାର୍ଯ୍ୟାଳୟରେ ମାକ୍ସ ପିନ୍ଧିବା ବାଧ୍ୟତାମୂଳକ । ଏହି ନିୟମକୁ ନମାନିଲେ ଏହା ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଶ୍ଠାନ ଗ୍ରହଣ କରାଯିବ ।