ଭାରତରେ କରୋନାର XE ଭ୍ୟାରିଏଣ୍ଟ ରୋଗୀ ଚିହ୍ନଟ

ଡୁମାଣୀ ଟିଭି,୯/୪:କିଛି ଦିନ ହେଲାଣି କରୋନା ସଂକ୍ରମଣ କମ୍‌ ଥିବାରୁ ସ୍କୁଲ, କଲେଜ, ଅଫିସ୍‌ ଆଦି ଖୋଲିଛି। କିନ୍ତୁ ଏବେ ପୁଣିଥରେ ମୁଣ୍ଡ ବିନ୍ଧା ବଢ଼ାଇଛି କରୋନାର ନୂଆ ଭ୍ୟାରିଏଣ୍ଟ। ଚୀନ୍‌ ସମେତ ଅନ୍ୟ ଦେଶରେ ଆତଙ୍କ ରଚିଥିବା କରୋନାର ଏକ୍ସଇ (XE) ଭ୍ୟାରିଏଣ୍ଟ ଏବେ ଭାରତରେ ବି ଦେଖାଦେଲାଣି। ଏକ୍ସଇ ଭ୍ୟାରିଏଣ୍ଟର ଦ୍ୱିତୀୟ କେସ୍‌ ଭାରତର ଗୁଜରାଟରେ ଚିହ୍ନଟ ହୋଇଛି।
ଏହା ପୂର୍ବରୁ ମୁମ୍ବାଇରେ ଗୁରୁବାର ଦିନ ଏକ୍ସଇ ଭ୍ୟାରିଏଣ୍ଟର ରୋଗୀ ଚିହ୍ନଟ ହୋଇଥିଲା। ଆଜି ଗୁଜରାଟରେ ପୁଣି ଜଣେ ଏକ୍ସଇ ଭ୍ୟାରିଏଣ୍ଟ କରୋନା ରୋଗୀ ଚିହ୍ନଟ ପରେ ଚିନ୍ତା ବଢ଼ିଛି। ତେବେ ଗୋଟିଏ ପରେ ଗୋଟିଏ ଏକ୍ସଇ ରୋଗୀ ଚିହ୍ନଟ ହେଉଥିବାରୁ ଏବେ ସବୁ ରାଜ୍ୟରେ ଆଲର୍ଟ ଜାରି କରାଯାଇଛି। ଏହି ଭ୍ୟାରିଏଣ୍ଟ ଓମିକ୍ରନ୍‌ର ସବ୍‌ ଲିନ୍‌ଲଜ୍‌। ଏହି ଭ୍ୟାରିଏଣ୍ଟ ଏବେ ଦେଶରେ ଧୀରେ ଧୀରେ କାୟା ମେଲାଇବା ଆରମ୍ଭ କରିଛି।
କେମିତି ତିଆରି ହୁଏ XE ଭ୍ୟାରିଏଣ୍ଟ?

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁତାବକ, କୋଭିଡ୍‌-୧୯ର ଏକ୍ସଇ ଭ୍ୟାରିଏଣ୍ଟ ଦୁଇଟି ଅଲଗା ଅଲଗା ଭ୍ୟାରିଏଣ୍ଟର ମିଶ୍ରଣରୁ ତିଆରି ହୋଇଛି। ବିଶେଷଜ୍ଞଙ୍କ କହିବାନୁସାରେ, କରୋନା ଭାଇରସ୍‌ର ଓମିକ୍ରନ୍‌ ଭ୍ୟାରିଏଣ୍ଟ ଦୁଇ ପ୍ରକାରର। ଗୋଟିଏ ହେଉଛି ଓମିକ୍ରନ୍‌ ବିଏ-୧ ଓ ଅନ୍ୟଟି ବିଏ-୨। ଏହି ଦୁଇ ଭ୍ୟାରିଏଣ୍ଟ ମିଶିବା ପରେ ଏକ୍ସଇ ଭ୍ୟାରିଏଣ୍ଟ ତିଆରି ହୋଇଥାଏ। ପ୍ରାରମ୍ଭିକ ଯାଞ୍ଚରୁ ଜଣାପଡ଼ିଛି ଯେ ଏହି ଭ୍ୟାରିଏଣ୍ଟ ପୂର୍ବ ସବୁ ଭ୍ୟାରିଏଣ୍ଟ ଠାରୁ ଅଧିକ ସଂକ୍ରମକ। ଏହା ୧୦ ଗୁଣ ଅଧିକ ବେଗରେ ବ୍ୟାପୁଛି।

ଭାରତରେ କରୋନାର XE ଭ୍ୟାରିଏଣ୍ଟ ରୋଗୀ ଚିହ୍ନଟ
#covid case start in india#covid xe varient#coviod 19#DUMANITV#gujurat found xe varient#INDIA#mumbai first xe covid varient#ODISHA