ମାଡି ଆସୁଛି ଭୟଙ୍କର ସୌର ଝଡ , ବନ୍ଦ ହୋଇପାରେ ବିଶ୍ୱର ସାଟେଲାଇଟ ସିଷ୍ଟମ

ପୃଥିବୀ ପୃଷ୍ଟ ଆଡ଼କୁ ମାଡି ଆସୁଛି ଏକ ବିଶାଳ ଓ ଭୟଙ୍କର ସୌର ଝଡ଼। ଯାହା ବିଶ୍ୱର ସାଟେଲାଇଟ୍ ସିଷ୍ଟମ୍‌କୁ ପ୍ରଭାବିତ କରିପାରେ। ନାସା ପକ୍ଷରୁ ଏନେଇ ପୂର୍ବାନୁମାନ କରାଯାଇଛି।ସୂର୍ଯ୍ୟଙ୍କଠାରୁ ବାହାରୁଥିବା ଏକ ବିରାଟ ସୌର ଅଗ୍ନି ପୃଥିବୀ ଆଡକୁ ଲକ୍ଷାଧିକ କିଲୋମିଟର ବେଗରେ ଗତି କରୁଛି | ଏହି ଭୟଙ୍କର ସୌର ଅଗ୍ନି ଶୀଘ୍ର ପୃଥିବୀକୁ ଆସିବ ବୋଲି ଆଶା କରାଯାଉଛି। ଏହା ଏକ ଶକ୍ତିଶାଳୀ ସୌର ଝଡ଼ ସୃଷ୍ଟି କରିପାରେ, ଏଠାରେ ରେଡିଓ ବ୍ଲାକଆଉଟ୍ ସୃଷ୍ଟି କରିବାର ଯଥେଷ୍ଟ ଆଶଙ୍କା ରହିଛି | ଏହି କାରଣରୁ, ଜିପିଏସ୍ ନେଭିଗେସନ୍, ମୋବାଇଲ୍ ଫୋନ୍ ସିଗନାଲ୍ ଏବଂ ସାଟେଲାଇଟ୍ ସିଗନାଲ୍ ମଧ୍ୟ ବାଧାପ୍ରାପ୍ତ ହୋଇପାରେ |

ମହାକାଶ ପାଣିପାଗ ବିଜ୍ଞାନୀ ଡକ୍ଟର ତମିତା ସ୍କୋଭଙ୍କ ଅନୁଯାୟୀ ସୂର୍ଯ୍ୟଙ୍କ ଠାରୁ ସାପ ପରି ସୌର ପ୍ରଜ୍ୱଳନ ନେଇ ପୃଥିବୀ ଆଡକୁ ମାଡି ଆସୁଛି । ଏହା ଅନେକ ଉପଗ୍ରହ ଉପରେ ପ୍ରଭାବ ପକାଇପାରେ | ଜିପିଏସ୍, ଟିଭି ଯୋଗାଯୋଗ ଏବଂ ରେଡିଓର କାର୍ଯ୍ୟ ମଧ୍ୟ ବ୍ୟାହତ ହୋଇପାରେ |ବୈଜ୍ଞାନିକଙ୍କ କହିବାନୁସାରେ, ଏବେ ସୂର୍ଯ୍ୟ ଖୁବ୍ ସକ୍ରିୟ ରହୁଛି । ତେଣୁ ଚୁମ୍ବକୀୟ ଝଡ଼ ଆସିପାରେ। ଯାହାଙ୍କୁ ବୈଜ୍ଞାନିକଙ୍କ ଭାଷାରେ ଏମ୍ କ୍ଲାସ୍ ଓ ଏକ୍ସ କ୍ଲାସ୍ କୁହାଯାଏ। ଏହା ଆଗାମୀ ୮ ବର୍ଷ ଯାଏଁ ରହିପାରେ। ତେଣୁ ସୌର ଝଡ଼ ଆସିବାର ସମ୍ଭାବନା ରହିଛି ।