ଡୁମାଣୀ ଟିଭି,19/4:ମାହାଙ୍ଗା ଗଣହତ୍ୟା ମାମଲା । ଆସିଲା ମୃତକଙ୍କ ପୋଷ୍ଟମର୍ଟମ ରିପୋର୍ଟ । ମୃତ୍ୟୁ ପୂର୍ବରୁ ମୃତକମାନେ ପ୍ରତିରୋଧ କରିଥିଲେ । ବିଷକ୍ରିୟା ବାବଦରେ କୌଣସି ତଥ୍ୟ ନାହିଁ । ମୃତକଙ୍କ ଦେହରେ ରହିଛି ଏକାଧିକ କ୍ଷତ । ଧାରୁଆ ଅସ୍ତ୍ରରେ ଏହି ଜଘନ୍ୟ ହତ୍ୟାକାଣ୍ଡ ହୋଇଥିବା ସ୍ପଷ୍ଟ ହୋଇଛି ।
ଭିସେରା ରିପୋର୍ଟକୁ ଅପେକ୍ଷା କରିଛି କଟକ ପୋଲିସ। ଗତ ୧୧ ତାରିଖରେ କୁସୁପୁର ପଞ୍ଚାୟତର କୁସୁପୁର ଗାଁରେ ଅଭିଯୁକ୍ତ ଶିବ ସାହୁ ଅତି ନୃସଂସ ଭାବେ ତାଙ୍କ ବଡ଼ଭାଇ ଅଲେଖ ସାହୁ, ତାଙ୍କ ପତ୍ନୀ ରଶ୍ମି ସାହୁ, ଦୁଇ ପୁଅ ଓ ଝିଅଙ୍କୁ ହାଣି ହତ୍ୟା କରିଥିଲା।