ମ୍ୟାକ୍ସୱ୍ୱେଲ-ବିନିଙ୍କ ଫଟୋକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି

ଡୁମାଣୀ ଟିଭି ,୨୩/୩ : ଅଷ୍ଟ୍ରେଲିଆର ଅଲରାଉଣ୍ଡର ଗ୍ଲେନ୍ ମ୍ୟାକ୍ସୱେଲ ଗର୍ଲଫ୍ରେଣ୍ଡ ବିନି ରମଣଙ୍କୁ ତାଙ୍କ ଜୀବନସାଥୀ କରିଛନ୍ତି । ମ୍ୟାକ୍ସୱେଲ ନିକଟରେ କିଛି ଫଟୋ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି । ଯାହା ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ବର୍ତ୍ତମାନ ସୋସିଆଲ ମିଡିଆରେ କିଛି ପ୍ରଶଂସକ ମ୍ୟାକ୍ସୱେଲଙ୍କୁ ‘ଅଧା ଭାରତୀୟ’ ବୋଲି ବର୍ଣ୍ଣନା କରିଛନ୍ତି। କେବଳ ଏତିକି ନୁହେଁ, ଅନେକ ୟୁଜର୍ସ ଆଇପିଏଲ୍-୨୦୨୨ ର ଆଗାମୀ ସିଜନରେ ଜଣେ ଭାରତୀୟ ଭାବରେ ଖେଳିବା ନେଇ କୁହାଯାଉଛି । ୩୩ ବର୍ଷର ଗ୍ଲେନ୍ ମ୍ୟାକ୍ସୱେଲ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ସହ ତାଙ୍କ ବିବାହର ଖୁସି ଖବର ସେୟାର କରିଥିଲେ । ମ୍ୟାକ୍ସୱେଲ ଏବଂ ବିନି ରମଣ ଦୀର୍ଘ ସମୟ ଧରି ପରସ୍ପରକୁ ଡେଟ କରୁଥିଲେ। ବର୍ତ୍ତମାନ ମ୍ୟାକ୍ସୱେଲ ୨୬ ମାର୍ଚ୍ଚରୁ ଆଇପିଏଲର ୧୫ତମ ସିଜନରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳକୁ ପ୍ରତିନିଧିତ୍ୱ କରିବାର ନଜର ଆସିବେ । ଦଳର ନେତୃତ୍ୱ ନେବେ ଫଫ୍ ଡୁପ୍ଲେସିସ୍ ।

ବାଙ୍ଗାଲୋର ଫ୍ରାଞ୍ଚାଇଜର ଅନ୍ୟ ଦଳ ପରି ୪ଟି ବିଦେଶୀ ଖେଳାଳିଙ୍କୁ କୌଣସି ମ୍ୟାଚରେ ସୁଯୋଗ ଦିଆଯାଇପାରେ । କୌଣସି ମ୍ୟାଚରେ, ପ୍ରତ୍ୟେକ ଦଳ ଖେଳୁଥିବା ୧୧ରେ ସର୍ବାଧିକ ୪ ବିଦେଶୀ ଖେଳାଳିଙ୍କୁ ରଖିବାକୁ ଅନୁମତି ଦିଆଯାଇଛି। ଏଭଳି ପରିସ୍ଥିତିରେ ମ୍ୟାକ୍ସୱେଲ କେବଳ ବିଦେଶୀ ଖେଳାଳି ଭାବରେ ଦଳ ପାଇଁ ଖେଳିବେ, କିନ୍ତୁ କିଛି ୟୁଜର୍ସ ଲେଖିଛନ୍ତି ଯେ ସେ ବିବାହ ପରେ ଅଧା ଭାରତୀୟ ହୋଇଯାଇଛନ୍ତି। ମ୍ୟାକ୍ସୱେଲ ତାଙ୍କ କ୍ୟାରିୟରରେ ଏପର‌୍ୟ୍ୟନ୍ତ ୭ ଟି ଟେଷ୍ଟ, ୧୧୬ଟି ଙଊଓ ଏବଂ ୮୪ ଟି-୨୦ ଅନ୍ତର୍ଜାତୀୟ ଖେଳିଛନ୍ତି ।

#dumani tv#INDIA#maxwell bini weading#ODISHA#vini raman#worldglenn maxwell