ପ୍ରଧାନମନ୍ତ୍ରୀଙ୍କ ସମେତ ବରିଷ୍ଠ ନେତାଙ୍କ ଗହଣରେ ରାଷ୍ଟ୍ରପତି ପଦ ପାଇଁ ନାମାନଙ୍କ ପତ୍ର ଦାଖଲ କଲେ ଏନଡିଏ ପ୍ରାର୍ଥୀ ଓଡିଶାର ଗୌରବ ଦ୍ରୌପଦୀ ମୁର୍ମୁ । ସଂସଦ ଭବନରେ ନାମାଙ୍କ ପତ୍ର ଦାଖଲ କରିଥିବା ବେଳେ ସେଠାରେ ପ୍ରଧାନ ମନ୍ତ୍ରୀଙ୍କ ବ୍ୟତୀତ ଗୃହ ମନ୍ତ୍ରୀ ଅମୀତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରିୟ ସଭାପତି ଜେପିନଡ୍ଡା ଏବଂ ଅନେକ କ୍ୟାବିନେଟ ମନ୍ତ୍ରୀ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଦଳୀୟ ନେତା ଉପସ୍ଥିତ ଥିଲେ । ମଖ୍ୟମନ୍ତ୍ରୀ ନବୀନ ପଟ୍ଟନାକଙ୍କ ନିର୍ଦ୍ଦେଶ କ୍ରମେ ସାଂସଦ ସସ୍ମିତ ପାତ୍ର ମଧ୍ୟ ସେଠାରେ ଉପସ୍ଥିତ ଥିଲେ ।