ଶୁଭଶ୍ରୀ ଆତ୍ମହତ୍ୟା ମାମଲା : ଅଭିଯୁକ୍ତଙ୍କୁ ନେଇ ସିନ୍ ରିକ୍ରିଏସନ୍ କଲା ପୋଲିସ୍

ଭୁବନେଶ୍ୱର, 3 ସେପ୍ଟେମ୍ବର- ଶାସ୍ତ୍ରୀନଗରର ଶୁଭଶ୍ରୀ ମହାପାତ୍ର ଆତ୍ମହତ୍ୟା ମାମଲାରେ ଖାରବେଳନଗର ଥାନା ପୋଲିସ୍ ଅଭିଯୁକ୍ତଙ୍କୁ ନେଇ ସିନ୍ ରିକ୍ରିଏସନ୍ କରିଛି । ମୁଖ୍ୟ ଅଭିଯୁକ୍ତ ଚିତରଂଜନ ଜେନାଙ୍କୁ ସାଥୀରେ ନେଇ ଶାସ୍ତ୍ରୀନଗର ସ୍ଥିତ ଘରେ ପହଂଚି ଆତ୍ମହତ୍ୟା ପରେ କିଭଳି ମୃତଦେହକୁ ବାହାର କରିଥିଲା ସେନେଇ ପୋଲିସକୁ ଡେମୋ ଦେଖାଇଥିଲେ ।

ଶୁଭଶ୍ରୀଙ୍କୁ ଆତ୍ମହତ୍ୟା କରିବାକୁ ପ୍ରବର୍ତାଇବା ଅଭିଯୋଗରେ ଗତକାଲି ପୋଲିସ୍ ଚିତକୁ ଗିରଫ କରିଥିଲା । ଆଜି ତାକୁ କୋର୍ଟ ଚାଲାଣ କରାଯିବ । ପ୍ରମାଣ ନଷ୍ଟ କରିବା ପାଇଁ ଉଦ୍ୟମ କରୁଥିବା ଅଭିଯୋଗରେ ବାବୁନାଙ୍କ ବିରୋଧରେ ଦଫା ୨୦୧ ମଧ୍ୟ ଲାଗୁ କରାଯାଇଛି ।

୩୦ ଅଗଷ୍ଟ ୨୦୨୨ରେ ଶୁଭଶ୍ରୀ ଏବଂ ବୟଫ୍ରେଣ୍ଡ ଚିତରଂଜନଙ୍କ ମଧ୍ୟରେ କୌଣସି କାରଣକୁ ନେଇ କଥା କଟାକଟି ହୋଇଥିଲା । ଶୁଭଶ୍ରୀ ମାନସିକ ଭାରସାମ୍ୟ ହରାଇ ବେକରେ ଓଢଣୀ ଲଗାଇ ଫ୍ୟାନରେ ଝୁଲି ପଡିଥିଲେ । କିଛି ସମୟ ପରେ ଶୁଭଶ୍ରୀଙ୍କ ଘରକୁ ଆସି ଚିତରଂଜନ ଶୁଭଶ୍ରୀଙ୍କୁ ଫ୍ୟାନରୁ ଓହ୍ଲାଇ ବେଡ୍ ଉପରେ ଶୁଆଇ ଦେଇଥିଲେ । ପରେ ଶୁଭଶ୍ରୀଙ୍କ ଓଢଣୀକୁ ବରୁଣେଇ ବାଇପାସ୍ ନିକଟ ଏକ ଡ୍ରେନ୍ ମଧ୍ୟରେ ଫୋପାଡି ଦେଇଥିଲେ ।