ନୂଆଦିଲ୍ଲୀ, : ସାମୁଦ୍ରିକ ଖାଦ୍ୟ ରପ୍ତାନୀରେ ଭାରତ ବିଶ୍ୱରେ ଚତୁର୍ଥ ସ୍ଥାନରେ ରହିଛି । ୨୦୧୪-୧୪ରେ ଭାରତରୁ ବିଶ୍ୱର ୧୦୫ଟି ଦେଶ ସାମୁଦ୍ରିକ ଖାଦ୍ୟ ଓ ଉତ୍ପାଦ ଆମଦାନୀ କରୁଥିବାବେଳେ ୨୦୨୪-୨୫ରେ ଏହି ସଂଖ୍ୟା ୧୩୦ରେ ପହଞ୍ଚିଛି । ୨୦୨୪-୨୫ରେ ଭାରତ ୧୬.୫୮ ଲକ୍ଷ ଟନ୍ ସାମୁଦ୍ରିକ ଖାଦ୍ୟ ରପ୍ତାନି କରିଛି । ୨୦୧୪-୧୫ରେ ଏହା ୧୦.୫୧ ଲକ୍ଷ ଟନ୍ ରହିଥିଲା । ମାଛ ଚାଷରେ ହୋଇଥିବା ଅଗ୍ରଗତି, ଉତ୍ତମ ଶୀତଳ ଭଣ୍ଡାର ଭିତ୍ତିଭୂମି, ଅନ୍ତର୍ଜାତୀୟ ମାନଦଣ୍ଡ ଅନୁସାରେ ଗୁଣବତ୍ତା ବଜାୟ ରଖିବା ଯୋଗୁ ଦେଶର ସାମୁଦ୍ରିକା ଖାଦ୍ୟ ରପ୍ତାନି ୨୦୨୪-୨୫ରେ ୭.୨ ବିଲିଅନ ଡଲାରକୁ ବୃଦ୍ଧି ପାଇଛି । ୨୦୧୪-୧୫ରେ ଭାରତର ସାମୁଦ୍ରିକ ଖାଦ୍ୟ ରପ୍ତାନୀ ୫.୪ ବିଲିଅନ ଡଲାରରେ ରହିଥିଲା । ଗୋଟିଏ ପଟେ ଭାରତର ସାମୁଦ୍ରିକ ଖାଦ୍ୟ ପ୍ରତି ବିଶ୍ୱ ବଜାରରେ ଚାହିଦା ବୃଦ୍ଧି ସହିତ ଅନ୍ୟପଟେ ଭାରତୀୟ ରପ୍ତାନିକାରୀ ଉଚ୍ଚମୂଲ୍ୟର ବଜାର ଅନ୍ୱେଷଣ କରୁଛନ୍ତି । ଏସବୁ କାରଣ ପାଇଁ ଭାରତକୁ ଏଭଳି ସଫଳତା ମିଳିଛି ବୋଲି ଜଣେ ଅଧିକାରୀ କହିଛନ୍ତି । ସାମୁଦ୍ରିକ ଖାଦ୍ୟ ରପ୍ତାନି ବିଶ୍ୱର ଅଧିକରୁ ଅଧିକ ସ୍ଥାନକୁ କରାଯିବା ଫଳରେ ବଜାରଜନିତ ବିପଦ ହ୍ରାସ ପାଇବା ସହିତ ନୂଆ ସୁଯୋଗ ସୃଷ୍ଟି କରିଛି ।