କଟକ ଜିଲ୍ଲା ମାହାଙ୍ଗା ଥାନା କୁମୁଡାଜୟପୁର ଫାଣ୍ଡି ଅଧୀନ ତ୍ରିନାଥପୁର ମୀରାଦେବୀ ସଂସ୍କୃତ ମହାବିଦ୍ୟାଳୟ ର ପ୍ରତିଷ୍ଠାତା ମୀରାଦେବୀଙ୍କ ପ୍ରତିମୂର୍ତ୍ତି ମହାବିଦ୍ୟାଳୟ ର ଫାଟକ କାନ୍ଥ କୁ ଲାଗି ସ୍ଥାପନା କରଯାଇଥିଲା। ଗତ ଶନିବାର ରାତିରେ କେହି ଦୁର୍ବୃତ ଏହିଁ ପ୍ରତିମୂର୍ତ୍ତି ର ମୁଣ୍ଡ ଟିକୁ ଭାଙ୍ଗି ନେଇଯାଇଥିଲେ।ପ୍ରତିମୂର୍ତ୍ତି ଭାଙ୍ଗିବା ଖବର ପାଇ ଗଣମାଧ୍ୟମ ପ୍ରତିନିଧି ମାନେ ଘଟଣା ସ୍ଥଳ କୁ ଯାଇଥିଲେ। ଏ ନେଇ ମହାବିଦ୍ୟାଳୟ ର ଅଧ୍ୟକ୍ଷା ସ୍ୱର୍ଣାଲତା ବେହେରା ଙ୍କୁ ମୂର୍ତ୍ତି ଭାଙ୍ଗିବା ସମ୍ପର୍କରେ ପଚାରିବାରୁ ହଠାତ୍ ରାଗିଯାଇଥିଲେ ଅଧ୍ୟକ୍ଷା ସ୍ୱର୍ଣାଲତା। ସାମ୍ବାଦିକଙ୍କୁ ନାଲି ଆଖି ଦେଖାଇ କଲେଜ ରୁ ବାହାରିଯିବାକୁ କହିବା ସହିତ ମିଛ କେସ ରେ ଫସେଇବାକୁ ଦେଲେ ଧମକ। ସାମ୍ବାଦିକଙ୍କ ପରିଚୟ ପାଇବା ପରେ ମଧ୍ୟ ଛାତ୍ର ଛାତ୍ରୀଙ୍କୁ ମତେଇ କଲେ ଦୁର୍ବ୍ୟବହାର। ତେବେ ଏ ଘଟଣା କୁ ନେଇ ସାମ୍ବାଦିକ ଙ୍କ ପକ୍ଷରୁ କୁମୁଡ଼ାଜୟପୁର ଫାଣ୍ଡି ରେ ଏକ ଲିଖିତ ଅଭିଯୋଗ କରାଯାଇ କଲେଜ ର ଅଧ୍ୟକ୍ଷା ଙ୍କ ବିରୁଦ୍ଧ ରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନେବାକୁ ଦାବି କରାଯାଇଛି। ଅଧକ୍ଷା ଙ୍କ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରତି ଏପରି ବ୍ୟବହାର କୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ତେବେ ଉକ୍ତ ମହାବିଦ୍ୟାଳୟ ର ଅଧକ୍ଷା ଙ୍କ ନାମରେ ପୂର୍ବରୁ ବହୁ ଅଭିଯୋଗ ରହି ଥିବା ଜଣା ପଡ଼ିଛି ।