ଗତକାଲି ବ୍ରହ୍ମପୁର ସିଲକ ସିଟି ଫେଷ୍ଟ ର ଚତୁର୍ଥ ସନ୍ଧ୍ୟାରେ ବଲିଉଡ୍ ଡ୍ୟାନ୍ସ ରେ ଝୁମିଲେ ଦର୍ଶକ ।ଉମା ଚରଣ ପଟ୍ଟନାୟକ ଇଂଜିନିୟରିଂ କଲେଜ ଗ୍ରାଉଣ୍ଡରେ ଚାଲିଥିବା ମହୋତ୍ସବ ବିଭିନ୍ନ ଖ୍ୟାତନାମା କଳାକାରଙ୍କ ନାଚ ଓ ଗୀତରେ ସହରବାସୀ ବିମୋହିତ। ଗତ କାଲି ଚତୁର୍ଥ ସନ୍ଧ୍ୟାରେ ମଧ୍ୟ ଦର୍ଶକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଓଡ଼ିଶାରେ ହକି ବିଶ୍ଵକପ୍ ଖେଳ ଚାଲିଥିବା ବେଳେ ମହୋତ୍ସଵ ସ୍ଥଳରେ ମଧ୍ୟ ହକି ଫେବର ବହୁତ୍ ରହିଛି । ୟୁସୁପି ଗ୍ରାଉଣ୍ଡ ପରିସରରେ ଫେବ୍ରିକ୍ ଦ୍ବାରା ନିର୍ମିଣା କରାଯାଇଥିବା ପ୍ରାକ୍ତନ ହକି ଖେଳାଳୀ ମାନଙ୍କ ଚେହେରା ସଭିଙ୍କୁ ଫୋଟ ଉଠାଇବା ଉତ୍ସାହିତ ହେଉଛନ୍ତି ଦର୍ଶକ। ଗତ କାଲି ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ବିଧାନସଭା ବାଚସ୍ପତି ବିକ୍ରମ କେଶରୀ ଆରୁଖ, ସମ୍ମାନୀତ ଅତିଥି ଭାବେ ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ, କବିସୂର୍ୟ୍ୟନଗର ବିଧାୟିକା ଲତିକା ପ୍ରଧାନ ଅନ୍ୟ ମାନଙ୍କ ମଧ୍ୟରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା,ବିଇଏମସି ମେୟର ସଂଘମିତ୍ରା ଦଳେଇ, ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡ଼ା, କମିଶନର ଜେ. ସୋନାଲ, ବ୍ରହ୍ମପୁର ଏସପି ଡ଼ା ସର୍ବଣା ବିବେକ ଏମ, ଡେପୁଟି ମେୟର ଇ. ବିବେକ ରେଡ୍ଡୀ ମଞ୍ଚାସିନ ପ୍ରମୁଖ ଥିଲେ। ଆସିଥିବା ଦର୍ଶକଙ୍କୁ ଦକ୍ଷିଣାଞ୍ଚଳ ଆଇଜି ଧନ୍ୟବାଦ୍ ଜଣାଇବା ସହ ଶୃଙ୍ଖଳିତ ହୋଇ ଏହି ମହୋତ୍ସବ କୁ ଉପଭୋଗ କହିଥିଲେ। ତାହା ସହ ପୁଲିସ ବ୍ରହ୍ମପୁର ଏସପି ଓ ସମସ୍ତ ପୁଲିସ କର୍ମଚାରୀଙ୍କ ସୁବ୍ୟବସ୍ଥାକୁ ପ୍ରଶଂସା କରି ଧନ୍ୟବାଦ୍ ଜଣାଇଥିଲେ । ଗତ କାଲି ସନ୍ଧ୍ୟାର ଆକର୍ଷଣଥିଲେ ବଲିଉଡ୍ ଚଳଚ୍ଚିତ୍ର ଅଭିନେତ୍ରୀ ଦିଶା ପଟ୍ଟାନୀ ତାଙ୍କ ଡ୍ୟାନ୍ସରେ ଦର୍ଶକଙ୍କୁ ମତୁଆଲାକରିଦେଲେ । ଏଥିସହ ବ୍ଲାକ୍ ସୱାନ୍ ଡ୍ୟାନ୍ସ ଗ୍ରୁପ୍ର ଡ୍ୟାନ୍ସ ଦେଖି ଦର୍ଶକ ଙ୍କୁ ଆହୁରି ମନମୁଗ୍ଧ କରିଦେଇ ଥିଲେ । କେବଳ ଡ୍ୟାନ୍ସ ନୁହେଁ ବଲିଉଡ୍ ଗାୟକ ନକାସ୍ ଅଜିଜ୍ ଏବଂ ସାହିମାକ୍ଙ୍କ ଗୀତ ମଧ୍ୟ ଶୁଣିବାକୁ ମିଳିଥିଲା । ବଲିଉଡ୍ କଳାକାରଙ୍କ ସମେତ ରାଜ୍ୟ ବାହାର ନୃତ୍ୟ ଦଳ ଏବଂ ସ୍ଥାନୀୟ ଅନୁଷ୍ଠାନର ନୃତ୍ୟଦଳର କାର୍ୟ୍ୟକ୍ରମ ମଧ୍ୟ ପରିବେଷଣ ହୋଇଥିଲା ।