ସୁପ୍ରିମ କୋର୍ଟରେ ଅଗ୍ନିପଥ ମାମଲା, ଆସନ୍ତା ସପ୍ତାହରେ ଶୁଣାଣୀ

ସେନା ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କ ଯୋଜନା ଅଗ୍ନି ପଥ ର ମାମଲା ଏବେ ସୁପ୍ରିମ କୋର୍ଟରେ ପହଂଚିଛି । ଅଭିଯୋଗକାରୀ କରିଥିବା ଆବେଦନ ଉପରେ ଶୁଣାଣୀ କରିବେ ସୁପ୍ରିମ କୋର୍ଟ । ଅଭିଯୋଗକାରୀଙ୍କ ଅନୁସାରେ ଅଗ୍ନିପଥ ଯୋଜନା ଦ୍ୱାରା ଅନେକ ଛାତ୍ରଛାତ୍ରୀଙ୍କ ଭବିଶ୍ୟତ ବିପଦରେ ପଡିପାରେ । ଏହା ସହିତ ବାୟୁ ସେନା ପାଇଁ ପ୍ରସ୍ତୁତ ଯୁବକମାନଙ୍କ ଭବିଶ୍ୟତ ଅନ୍ଧକାର ହୋଇଯିବ ବୋଲି ଅଭିଯୋଗ କରାଯାଇଛି । ଆହୁରି ମଧ୍ୟ ଅଭିଯୋଗ ହୋଇଛି କି ୨୦୧୭ ମସିହା ପରଠାରୁ ପାଖାପାଖି ୭୦ ହଜାର ପିଲାଙ୍କୁ ଟ୍ରେନିଂ ଦିଆଯାଇଥିବା ବେଳେ ସେମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇ ନାହିଁ । ସେଥିପ୍ରତି ଦୃଷ୍ଟି ନଦେଇ ବର୍ତମାନ ଅଗ୍ନିପଥ ଯୋଜନା କାର୍ଯ୍ୟକାରୀ କରାଗଲାଣି । ତେବେ ଏହି ସବୁ ଅଭିଯୋଗ କୁ ନେଇ ସୁପ୍ରିମ କୋର୍ଟ ରେ ଆବେଦନ କରାଯାଇଥିବା ବେଳେ ଏହି ମାମଲା କୁ ନେଇ ଆସନ୍ତା ସପ୍ତାହରେ ଶୁଣାଣୀ କରିବେ ସୁପ୍ରିମ କୋର୍ଟ ।