ସ୍କୁଲ ବ୍ୟାଗରୁ ଗଞ୍ଜେଇ ଜବତ, ୭ ଗିରଫ

ଜୟପୁର, ୨୧ ଜାନୁଆରୀ – ଅଭିନଵ ଉପାୟରେ ସ୍କୁଲ ବ୍ୟାଗରେ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଛକୁଣ୍ଡ ପୋଲିସ ଚଢ଼ଉ କରିଛି। ଲମତାପୁଟ ଫାଣ୍ଡି ଅଧିକାରୀ ଚିତ ପ୍ରଧାନୀଙ୍କ ନେତୃତ୍ଵରେ ଚଢ଼ଉ କରାଯାଇଛି। ଲମତାପୁଟ ଅଞ୍ଚଳରୁ ବାହାର ରାଜ୍ୟକୁ ଗଂଜେଇ ଚୋରା ବେଳେ ମଲେଗାଁ ଛକ ନିକଟରେ ଚଢଉ କରିଛି ପୋଲିସ। ପେଟ୍ରୋଲିଙ୍ଗ ସମୟରେ ମଲେଗାଁ ଛକରେ ୪ ଜଣ ବ୍ୟକ୍ତି ସ୍କୁଲ ବ୍ୟାଗ କାନ୍ଧରେ ପକାଇ ବସ କୁ ଅପେକ୍ଷା କରିଥିବା ବେଳେ ସନ୍ଦେହ କରି ପୋଲିସ ବ୍ୟାଗ ଗୁଡିକ ଯାଞ୍ଚ କରିବାରୁ ସେଥିରେ ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲା। ବ୍ୟାଗ ଗୁଡିକରୁ ୨୦ କେଜି ଗଞ୍ଜେଇ କରିଥିବା ବେଳେ ୪ ଜଣଙ୍କୁ ଗିରଫ କରିଛି ପୋଲିସ। ଏହାର ମୂଲ୍ୟ ୨ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ତରଫରୁ ସୂଚନା ଦିଆଯାଇଛି । ଗିରଫ ହୋଇଥିବା ୟପି ଅଞ୍ଚଳର ଅଜିତ ରାମା, ଶୋନୁ ରାମ ଏବଂ ବିହାର ଅଞ୍ଚଳର ସନ୍ଦିପ କଇସବ, ସୁମିତ ମିଶ୍ରାଙ୍କୁ ପଚରା ଉଚରା ପରେ ସ୍ଥାନୀୟ ଯୁବକଙ୍କ ଠାରୁ ଏହି ଗଞ୍ଜେଇ କିଣିଥିବା କହିଥିଲେ। ଅଭିଯୁକ୍ତଙ୍କୁ ନେଇ କିଣିଥିବା ଜାଗାକୁ ସଙ୍ଗେ ସଙ୍ଗେ ପୋଲିସ ନେଇ ସମ୍ପୃକ୍ତ ଥିବା ସ୍ଥାନୀୟ ଯୁବକ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ମାଲେଗାଁ ଗ୍ରାମର ମଙ୍ଗଳା ଖିଲ, ସୁକୁ ଦାର୍ଲି ଏବଂ ଆନ୍ଧ୍ରପ୍ରଦେଶ ମୁଚିମ ପୁଟ ଅଞ୍ଚଳର ବଲରାମ ମୁକି ବୋଲି ଏସଡ଼ିପିଓ ସଞ୍ଜୟ ମହାପତ୍ର କହିଛନ୍ତି ।