“ଅପୂର୍ବା’ ସୁଟିଂ ସେଟରେ କାନ୍ଦିଲେ ତାରା

ମୁମ୍ବାଇ, ୫ା୧୧: ଖୁବ୍ଶୀଘ୍ର ଫିଲ୍ମ “ଅପୂର୍ବା’ରେ ନଜର ଆସିବେ
ଅଭିନେତ୍ରୀ ତାରା ସୁତାରିଆ । ଏହା ଜରିଆରେ ନିଜ ଅଭିନୟର ଅସଲ
ପ୍ରତିଭା ଦର୍ଶକଙ୍କ ସାମ୍ନାକୁ ଆଣିପାରିବେ ବୋଲି ସେ କହିଛନ୍ତି । ଏକ
ଗଣମାଧ୍ୟମ ସହ ବାର୍ତ୍ତାଳାପରେ ଫିଲ୍ମର ଏକ ସିନ୍ ବିଷୟରେ ତାରା
କହିଛନ୍ତି, ଗୋଟିଏ ସିନ୍ ଏତେ ଆବେଗପୂର୍ଣ୍ଣ ଥିଲା ଯେ ଥରେ ସେ
ରାସ୍ତାରେ ବସି କାନ୍ଦିବାକୁ ଲାଗିଲେ । ଏଭଳି ଭୂମିକାରେ ଅଭିନୟ
କରିବାର ସୁଯୋଗ ମିଳିଥିବାରୁ ସେ ନିଜକୁ ଭାଗ୍ୟଶାଳୀ ବୋଲି
କହିଛନ୍ତି । ଫିଲ୍ମକୁ ନେଇ ସେ ଯେତିକି ନର୍ଭସ୍ ସେତିକି ଉତ୍ସାହିତ ।
ଅନେକ ବର୍ଷ ହେଲା ଏ ପ୍ରକାର ଭୂମିକାରେ ଅଭିନୟ କରିବାକୁ
·ହୁଁଥିଲେ । ଅଭିନୟକୁ ନେଇ ଯାହା ଇଚ୍ଛା ଥିଲା, ଏହି ଫିଲ୍ମ ଜରିଆରେ
ପୂରଣ ହେବ ବୋଲି ସେ ଆଶା କରୁଛନ୍ତି । ଫିଲ୍ମର ନିଦେ୍ର୍ଦଶକ ନିଖିଲ
ନାଗେଶ ଭଟ୍ଟ ଯେତେବେଳେ ତାରାଙ୍କୁ କାହାଣୀ ଶୁଣାଇଲେ, ତାଙ୍କ
ଲୋମୋ ଟାଙ୍କୁରି ଉଠିଲା । ଯେକୌଣସି ପରିସ୍ଥିତିରେ ଏହାର ଅଂଶ
ହେବାକୁ ସେ ·ହିଁଲେ । ନିକଟରେ ଫିଲ୍ମ ଟିମ୍ ପୂରା ଫିଲ୍ମ ଦେଖିଛନ୍ତି ।
ବର୍ଷକର ପରିଶ୍ରମ ପରେ ସେମାନେ ଯାହା ଆଶା କରୁଥିଲେ, ଫିଲ୍ମଟି
ଠିକ୍ ସେମିତି ହୋଇଛି ବୋଲି ତାରା କହିଛନ୍ତି । ଫିଲ୍ମରେ ଅନେକ
ଭାବପୂର୍ଣ୍ଣ ଓ ଶକ୍ତିଶାଳୀ ସିନ୍ ରହିଛି । ଗୋଟିଏ ସିନ୍ କଥା ମନେପକାଇ
ତାରା କହିଛନ୍ତି, ବସ୍ ବାହାରେ ସୁଟିଂ ·ଲିଥିଲା । ସିନ୍ ଶେଷ ହୋଇଗଲା,
କିନ୍ତୁ ପ୍ରାୟ ଅଧ ଘଣ୍ଟା ପର୍ଯ୍ୟନ୍ତ ସେ ରାସ୍ତାରେ ବସି କାନ୍ଦିଲେ । ଫିଲ୍ମରେ
ତାଙ୍କର ଅପୂର୍ବା ଚରିତ୍ର ପାଇଁ ଏହି ସିନ୍ ଅତ୍ୟନ୍ତ କଷ୍ଟକର ଥିଲା, ଯାହାର
ସୁଟିଂ ତାଙ୍କ ପାଇଁ ଚ୍ୟାଲେଞ୍ଜ୍ ଥିଲା ବୋଲି ତାରା କହିଛନ୍ତି । ଏଣିକି
ସଶକ୍ତ ଭୂମିକା ଅଫର୍ ହେବ ବୋଲି ସେ ଆଶା କରୁଛନ୍ତ

#Apuruba # SuttingSet # Dumanit #Carrying