ପରଦାରେ ସିଦ୍ଧାନ୍ତ -ନୀତୁଙ୍କ ଯୋଡ଼ି

ଭୁବନେଶ୍ୱର, ୧ା୧୧ (ଡିକେନୁ୍ୟଜ୍): ଅଭିନେତା ସିଦ୍ଧାନ୍ତଙ୍କସାଥ୍ ପାଇଲେ ଜଣେ ଲୋକପ୍ରିୟଟେଲି ଅଭିନେତ୍ରୀ । ତାଙ୍କୁ ଦର୍ଶକଗାୟତ୍ରୀ ଭଳି ମେଗାଧାରାବାହିକରେ ଟାଇଟଲ
ରୋଲରେ ଦେଖିବାକୁପାଇଥିଲେ । ଏବେ ସେ ବିଟେଲିଜଗତରେ ସକ୍ରିୟ ଅଛନ୍ତି । ସେକେତେକ ସିନେମାରେ ବି ଆଗରୁନଜର ଆସିଛନ୍ତି । ଏଠାରେ ଯେଉଁଅଭିନେତ୍ରୀଙ୍କ କଥା କୁହାଯାଉଛି ସେ
ହେଲେ ନୀତୁ ସିଂହ । ଯେଉଁସିନେମାରେ ସେ ପୁଣି ନଜରଆସିବେ ତାହା ହେଲା ଝିଲିକମୋସନ ପିକଚର୍ସର “ଡିଅର୍ପୁରୁଷ’ । ଏଥିରେ ଭିନ୍ନ ଧରଣରଭୂମିକାରେ ଦେଖା ଦେବେ ନୀତୁସିଂହ । ଏଥିରେ ସେ ସିଦ୍ଧାନ୍ତଙ୍କବିପକ୍ଷରେ ଅଛନ୍ତି । ପୁଣି ଥରେପରଦାରେ ସିଦ୍ଧାନ୍ତ -ନୀତୁଙ୍କଯୋଡ଼ିକୁ ଦେଖିବାକୁ ପାଇବେସିନେପ୍ରେମୀ । ସ୍ତ୍ରୀ ଉଦଣ୍ଡୀ, ହେଲେସ୍ୱାମୀ ଡରୁଆ । ଏଭଳି ଚରିତ୍ର ରହିଛି
ଏ ଦୁଇ କଳାକାରଙ୍କର । ସିଦ୍ଧାନ୍ତପ୍ରଥମ ଥର ଲାଗି ଏଭଳିଚରିତ୍ରରେ ନଜର ଆସିବେ ।ଏହାଛଡ଼ା ଏହି ସିନେମାରେମହାଶ୍ୱେତା, ଅନୁରାଧା,ଦେବାଶିଷ, ସମରେଶ, ଅମ୍ଳାନ,
ଦିବ୍ୟା, ପିଙ୍କି ପ୍ରଧାନ ବିଏମବୈଶାଳୀ, ବବି ମିଶ୍ର ଓଜୟପ୍ରକାଶ ଦାସଙ୍କୁ ବି ଦେଖିବାକୁମିଳିବ । ସିନେମାରେ କେତେକଦମ୍ପତିଙ୍କ କଥା ଦେଖିବାକୁ ମିଳିବ ।ଏମାନେ ସମସ୍ତେ ଭିନ୍ନ ଭିନ୍ନ
ସ୍ୱଭାବର । କେଉଁ ଯୋଡ଼ିଙ୍କ କଥାଦର୍ଶକଙ୍କ ମନକୁ ବେଶୀ ଛୁଉଁଛି,ତାହା ଦେଖିବାକୁ ବାକି ରହିଲା ।ଜିତ ଚକ୍ରବର୍ତ୍ତୀ ଏହାର ନିଦେ୍ର୍ଦଶନାଦେଇଛନ୍ତି । “ଡିଅର୍ ପୁରୁଷ’ ଏକ
ଜବରଦସ୍ତ କମେଡି ସିନେମାବୋଲି ଜଣାଯାଇଛି । ଏଥିରେଭରପୁର କଳାକାରଙ୍କ କମେଡିଦର୍ଶକଙ୍କୁ ଆକୃଷ୍ଟ କରିବ ବୋଲିଆଶା କରାଯାଉଛି ।

#DumaniTv # DumaniKhabar #Entertentment