ଅର୍ପଣ ରଥ: କମ୍ପିଲା ତୁଳସୀକ୍ଷେତ୍ର

କେନ୍ଦ୍ରାପଡ଼ା, ଭାବର ପୁଲକର ପୁଲକିତ ହୋଇଛନ୍ତି ତୁଳସୀକ୍ଷେତ୍ରର ଶ୍ରଦ୍ଧାଳୁମାନେ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଭବ୍ୟ ଓ ଦିବ୍ୟ କରିବା ନିମନ୍ତେ ଶ୍ରଦ୍ଦାର ସହିତ ଅକ୍ଷତ ଓ ଗୁଆ କେନ୍ଦ୍ରାପଡା ସହରବାସ ସମର୍ପି ଦେଇଛନ୍ତି । ଅର୍ପଣ ରଥକୁ ସ୍ୱାଗତ କରିବା ପାଇଁ କେନ୍ଦ୍ରାପଡା ପୈାରାଞ୍ଚଳର ୧୦ନମ୍ବର ୱାର୍ଡ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଘର ଦ୍ୱାରମୁହଁରେ ମୁରୁଜ ଓ ଚିତା ପକାଇ ସଜାଇ ରଖିଥିବା ଦେଖିବାକୁ ମିଳିଥିଲା । ହରିବୋଲ, ହୁଳହୁଳି ସାଙ୍ଗକୁ ସଙ୍କୀର୍ତ୍ତନ, ଘଂଟଘଂଟା, ଶଙ୍ଖ ଧ୍ୱନୀ ଓ ଜୟ ଜଗନ୍ନାଥ ଶଦ୍ଦରେ ସମଗ୍ର ସହରରେ ଏକ ଭାବଭକ୍ତିର ପରିବେଶ ସୃଷ୍ଟି ହୋଇଥିଲା । ପୈାର କାର୍ଯ୍ୟାଳୟ ପରିସରରୁ ଆଜି ପୂର୍ବାହ୍ନ ସାଢେ ୧୦ଟାରେ ଅର୍ପଣ ରଥ ବାହାରି ବାସୁଳେଇ, ମଢିଆଳ, ବଳଗଣ୍ଡି ଦେଇ ସାନ୍ତସାହିରେ ପହଞ୍ଚିଥିଲା । ସେଠାରୁ ବାହାରି ମାଧପୁରକୁ ଯାଇ ମାଧପୁରରେ ଏହି କାର୍ଯ୍ୟକ୍ରମ ଶେଷହୋଇଥିଲା । ପ୍ରତ୍ୟେକ ସ୍ଥାନରେ ଶହ ଶହ ସଂଖ୍ୟାରେ ଲୋକମାନେ ରଥକୁ ଭବ୍ୟ ସ୍ୱାଗତ କରିବା ସହ ଅକ୍ଷତ ଓ ଗୁଆ ପ୍ରଦାନ କରିଥିଲେ । ୧୦ନମ୍ବର ୱାର୍ଡ କାଉନସିଲର ରଶ୍ମୀତା ସିଂହଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୈାରାଧ୍ୟକ୍ଷା ସରିତା ସାହୁ, ପୂର୍ବତନ କାଉନସିଲର ପ୍ରଶାନ୍ତ କୁମାର ସିଂହ, ରଞ୍ଜିତ କୁମାର ସାହୁ, ସ୍ୱପ୍ନା ସିଂ, ବିଜୟ ମଣ୍ଡଳ, ଈଶ୍ୱରୀ ମା’ ସ୍ୱୟଂ ସହାୟିକା ଗୋଷ୍ଠିର ସଭାପତି ସରୋଜିନୀ ନାୟକ, ସମ୍ପାଦିକା ମୀନାରାଣୀ ନାୟକ, ଶାନ୍ତିଲତା ଦାସ, ଅହଲ୍ୟା ଦାସ, ବାସନ୍ତୀ ଦାସ, ସରସ୍ୱତୀ ବେହେରା, ବାସନ୍ତୀ ବେହେରା, ନାଜ୍ ନଜମା, ଭାଗ୍ୟଲକ୍ଷ୍ମୀ ସାହୁ, ସୁକୁମାରୀ ସାହୁ, ମେନକା ସାହୁ, ରଜନୀରାଣୀ ସାହୁ, ମାମୁନି ସିଂ, ସତ୍ୟବତୀ ସାହୁ, ବବିନା ସିଂ, ପ୍ରଭାତୀ ନାୟକ, ଜ୍ୟୋସ୍ନ। ରାଣୀ ନାୟକ, ବିଣାପାଣୀ ସାହୁ ପ୍ରମୁଖ ୧୫ରୁ ଉଦ୍ଧ୍ୱର୍ ସ୍ୱୟଂ ସହାୟିକା ଗୋଷ୍ଠିର ଶତାଧିକ କର୍ମକର୍ତ୍ତା ଓ ସଦସ୍ୟାଙ୍କ ସମେତ ଜନସାଧାରଣ ଉପସ୍ଥିତ ଥିଲେ ।

#Jayjagannath #Naveenodisha#ArpanRatha#Kendrapara#dumanikhabar#odisha