ରାୟଗଡା : ଉପଯୁକ୍ତ ସରକାରୀ ସହାୟତା ମିଳୁନଥିବାରୁ ଏବେ ଦୁର୍ଦ୍ଦିନରେ କାଶୀପୁର ର ଆଖୁଚାଷୀ । କୌଳିକ ଚାଷ କୁ ଛାଡି ନ ପାରି ଏବେ ଚାଷ କରି ପାରମ୍ପରିକ ପ୍ରଣାଳୀରେ କରୁଛନ୍ତି ଗୂଡ଼ ପ୍ରସ୍ତୁତି । ଧାଡି ଧାଡି ହୋଇ ଲାଗିଛି ଆଖୁ । ପାହାଡି ଇଲାକାରେ ମନ ମୋହୁଛି ଚାଷୀଙ୍କ ଆଖୁ କିଆରୀ । ଏହା ସାଙ୍ଗକୁ ପ୍ରସ୍ତୁତ ହେଉଛି ପାରମ୍ପରିକ ପ୍ରଣାଳୀରେ ଗୁଡ଼ । ଏ ହେଉଛି ରାୟଗଡା ଜିଲ୍ଲା କାଶୀପୁର ବ୍ଲକର ।
ଆଖୁ ଚାଷ ପାଇଁ ଅନୁକୂଳ ଜଳବାୟୁ ଥିବାରୁ ଏଠାରେ ଅନେକ ଚାଷୀ ଆଖୁ ଚାଷ ପୂର୍ବ ପୁରୁଷ ଅମଳ ରୁ କରିଆସୁଛନ୍ତି । କାଶୀପୁର ବ୍ଲକର ମାଳିଗାଁ, ଭଣ୍ଡାପାଇ, ମିନାଖୁଣ୍ଟି ଅଞ୍ଚଳରେ ପ୍ରାୟ ୬୦ ହେକ୍ଟର ଜମିରେ ଏବେ ଆଖୁଚାଷ କରିଛନ୍ତି ଚାଷୀ । ଆଖୁ ଅମଳ ପରେ କିଆରୀ ନିକଟରେ ହିଁ ପାରମ୍ପରିକ ପ୍ରଣାଳୀରେ କରୁଛନ୍ତି ଗୁଡ଼ ପ୍ରସ୍ତୁତି । ପାରମ୍ପରିକ ପଦ୍ଧତିରେ ଗୁଡ଼ ପ୍ରସ୍ତୁତ ହେଉଥିବା ରୁ ବେଶ ଚାହିଦା ରହିଛି ଏହି ଗୁଡ଼ର । ଭଲ ରୋଜଗାର ଆଶାରେ ଏଠାରେ ଆଖୁଚାଷ କରି ଆସୁଛନ୍ତି ଚାଷୀ । ହେଲେ ଆବଶ୍ୟକ ସରକାରୀ ସହାୟତା ମିଳୁ ନ ଥିବାରୁ ଏବେ ଆଖୁଚାଷ ପ୍ରତି ମୁହଁ ଫେରାଉଛନ୍ତି ଚାଷୀ । ଯଦି ସରକାରଙ୍କ ପକ୍ଷରୁ ଏହି ଚାଷ ଓ ଚାଷୀଙ୍କ କିଛି ଆର୍ଥିକ ସହାୟତା ଯୋଗାଇ ଦେବା ବ୍ୟବସ୍ଥା ଗ୍ରହଣ କରାଗଲେ ନିଶ୍ଚିତ ଭାବରେ ଏଠାକାର ଚାଷୀ ଆର୍ଥିକ ସ୍ତରରେ ବେଶ ସ୍ବଛଳ ହୋଇ ପାରନ୍ତେ । ତେବେ ଏ ନେଇ କୃଷି ଅଧିକାରୀ ଙ୍କୁ ଅବଗତ କାରାଇବାରୁ ବର୍ତ୍ତମାନ ସୁଦ୍ଧା ସରକାର ଙ୍କ ପାଖରେ ସହାୟତା ଯୋଗାଇ ଦେବାକୁ କୌଣସି ଯୋଜନା ନାହିଁ, ସହାୟତା ଆସିଲେ ନିଶ୍ଚିତ ଯୋଗାଇ ଦିଆଯିବ ବୋଲି କହିଛନ୍ତି । ତେବେ କେବେ ମିଳିବ ସହାୟତା କେବେ ଉପକୃତ ହେବେ ଚାଷୀ ତାହା ଦେଖିବାକୁ ରହିଛି ।