ଆଜିଠୁ ଏସିଆ କପ୍ କ୍ରିକେଟ୍: ଓପନିଂ କରିବେ ଗିଲ୍-ଅଭିଷେକ

Asia Cup cricket from today: Gill-Abhishek to open

ଦୁବାଇ, : ମଙ୍ଗଳବାରଠାରୁ ଆରମ୍ଭ ହେଉଥିବା ଏସିଆ କପ୍ କ୍ରିକେଟ୍ ପ୍ରତିଯୋଗିତାକୁ ନେଇ ୟୁଏଇ ଚଳଚଞ୍ଚଳ । ଭାରତୀୟ ଦଳ ଏଠାରେ ପହଞ୍ଚିବା ପରେ ଏହି ୮ଦଳୀୟ ପ୍ରତିଯୋଗିତାକୁ ନେଇ ବଢିଛି ଉତ୍ସାହ । ଭାରତୀୟ ଦଳ ମଧ୍ୟ କୌଣସି ସମୟ ଅପଚୟ ନକରି ଆରମ୍ଭ କରିଦେଇଛି ଜୋରଦାର୍ ପ୍ରସ୍ତୁତି । ହଂକଂ-ଆଫଗାନିସ୍ତାନ ଉଦ୍ଘାଟନୀ ମୁକାବିଲାର ପରଦିନ ଅର୍ଥାତ ୧୦ ତାରିଖରେ ଭାରତୀୟ ଦଳ ମଇଦାନକୁ ଓହ୍ଲାଉଥିବାରୁ ସମସ୍ତଙ୍କ ନଜର ଏବେ ସୂର୍ଯ୍ୟକୁମାର ୟାଦବଙ୍କ ଯୁବ ବାହିନୀ ଉପରେ । ଭାରତ ତା’ର ପ୍ରଥମ ମ୍ୟାଚରେ ଘରୋଇ ୟୁଏଇର ମୁକାବିଲା କରିବ । ତେବେ ଅଧିକ ଚର୍ଚ୍ଚାରେ ରହିଛି ୧୪ ତାରିଖର ଭାରତ- ପାକିସ୍ତାନ ମ୍ୟାଚ୍ । ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ହେବାକୁଥିବା ଏହି ମହାଟକ୍କରକୁ ନେଇ ଭାରତ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି । ତେବେ ଶୁବମନ୍ ଗିଲ୍ ଉପଅଧିନାୟକ ନିଯୁକ୍ତ ହେବା ପରେ ଭାରତୀୟ ଚୂଡ଼ାନ୍ତ ଏକାଦଶର ରୂପରେଖ କିଭଳି ରହିବ? ତାକୁ ନେଇ ମଧ୍ୟ
ତର୍କ ବିତର୍କ ·ଲିଛି । ତେବେ ଭାରତୀୟ କ୍ରିକେଟ୍ ଦଳ ଏବ ଆଇସିସି ଏକାଡେମୀ ଓଭାଲଠାରେ ଅଭ୍ୟାସ କରୁଛି । ଶନିବାର ଓପନର୍ ଅଭିଷେକ ଶର୍ମା ପ୍ରଥମେ ନେଟ୍ସକୁ ଆସି ଉଭୟ ବ୍ୟାଟିଂ ସହ ବୋଲିଂ ଅଭ୍ୟାସ କରିଥିଲେ । ପରେ ଅଧିନାୟକ ସୂର୍ଯ୍ୟକୁମାର ଓ ଉପଅଧିନାୟକ ଗିଲ୍ ଯୋଗ ଦେଇଥିଲେ । ଗିଲ୍ ଢେର୍ ସମୟ ପର୍ଯ୍ୟନ୍ତ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରାଙ୍କ ସମ୍ମୁଖୀନ ହୋଇଥିଲେ । ଏହା ପରେ ଦୁଇ ୱିକେଟରକ୍ଷକ ସଞ୍ଜୁ ସାମସନ୍ ଓ ଜିତେଶ ଶର୍ମା ବ୍ୟାଟିଂ ଅଭ୍ୟାସ କରିଥିଲେ । ଏହା ପୂର୍ବରୁ ଦଳର ସମସ୍ତ ଖେଳାଳି ହାଲ୍କା ବ୍ୟାୟାମ କରି ନିଜକୁ ୱାର୍ମ ଅପ୍ କରିଥିଲେ । ବୋଲିଂ ପ୍ରଶିକ୍ଷକ ମର୍ଣ୍ଣି ମୋର୍କେଲ ଶିବମ ଦୁବେଙ୍କ ବୋଲିଂ ରନ୍ ଅପକୁ ପାଖରୁ ନିରୀକ୍ଷଣ କରିଥିଲେ । ଅନ୍ୟପକ୍ଷରେ ଅର୍ଶଦୀପ ସିଂହ ଓ ହର୍ଷିତ ରାଣା ବୋଲିଂ କରିବା ପରିବର୍ତ୍ତେ ଫିଟନେସ୍ ଉପରେ ଅଧିକ ଧ୍ୟାନ ଦେଇଥିଲେ । ଅଲରାଉଣ୍ଡର୍ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ୱାର୍ମଅପ୍ କରିଥିଲେ । ହେଲେ କଠିନ ଅଭ୍ୟାସ କରି ନଥିଲେ । ସେହିପରି ଏସିଆ କପ୍ ପାଇଁ ଭାରତ ଘୋଷଣା କରିଥିବା ଦଳରେ ୩ଜଣ ଓପନର୍ ଥିବାରୁ କିଏ ବାସ୍ତବରେ ପାଳି ଆରମ୍ଭ କରିବେ ପ୍ରଶଂସକଙ୍କ ମଧ୍ୟରେ ଚର୍ଚ୍ଚା ·ଲିଛି । ପୂର୍ବରୁ ଟ୍ୱେଣ୍ଟି-୨୦ରେ ସଞ୍ଜୁ ସାମସନ୍ ଓ ଅଭିଷେକ ଶର୍ମା ପାଳି ଆରମ୍ଭ କରି ସଫଳତା
ପାଇଥିଲେ । କିନ୍ତୁ ଶୁବମନ ଗିଲ୍ଙ୍କ ପ୍ରତ୍ୟାବର୍ତ୍ତନ ଓ ଉପଅଧିନାୟକ ନିଯୁକ୍ତ ହେବା ଏବେ ସଞ୍ଜୁଙ୍କ ପାଇଁ ସତର୍କଘଣ୍ଟି ବୋଲି କୁହାଯାଉଛି । ଅଭିଷେକ ଶର୍ମାଙ୍କ ସହ ଶୁବମନ ଗିଲ୍ ପାଳି ଆରମ୍ଭ କରିବେ ବୋଲି ବିଶ୍ୱାସ କରୁଛନ୍ତି ପୂର୍ବତନ କ୍ରିକେଟର୍ ମଦନ ଲାଲ । ଟ୍ୱେଣ୍ଟି-୨୦ରେ ଓପନିଂ ଗୁରୁତ୍ୱପୂର୍ଣ୍ଣ । ପ୍ରଥମ ୬ ଓଭରରେ ଓପନର୍ମାନେ ଗେମକ ବାଟ ଦେଖାଇଥାନ୍ତି । ପରବର୍ତ୍ତୀ ଓଭର ପିଛା ୭,୮,୯ ରନ୍ ଲେଖାଏଁ ସଂଗ୍ରହ ସହ ଶେଷ ୪ ଓଭରରେ ହାଦ୍ଦି ର୍କ ପାଣ୍ଡ୍ୟା ଓ ଅକ୍ଷର ପଟେଲଙ୍କଠାରୁ ବଡ଼ ହିଟ୍ ଆଶା କରିହେବ ବୋଲି ମଦନ ଲାଲ୍ କହିଛନ୍ତି ।