ଡୁମାଣୀଟିଭି.୨୨/୩ : ଘରୋଇ ଖଚଏ ସିଲିଣ୍ଡର ହାର ୬ ଅକ୍ଟୋବର ୨୦୨୧ରେ ଶେଷ ଥର ପାଇଁ ପରିବର୍ତ୍ତିତ ହୋଇଥିଲା । ଆଜି ଠାରୁ ଅର୍ଥାତ୍ ୨୨ ମାର୍ଚ୍ଚ ୨୦୨୨, ଘରୋଇ ଖଚଏ ସିଲିଣ୍ଡରର ମୂଲ୍ୟ ଦିଲ୍ଲୀରେ ୯୪୯.୫ ଟଙ୍କାକୁ ବୃଦ୍ଧି ପାଇଛି । ଏହାପୂର୍ବରୁ ଏହା ୮୯୯.୫୦ ଟଙ୍କା ଥିଲା । ସେହିଭଳି କୋଲକାତାରେ ୬ ଅକ୍ଟୋବର ୨୦୨୧ରେ ୧୪.୨ କିଲୋଗ୍ରାମ ଅଣ ସବସିଡିଯୁକ୍ତ ସିଲିଣ୍ଡରର ମୂଲ୍ୟ ୯୨୬ ଟଙ୍କା ଥିଲା, ବର୍ତ୍ତମାନ ଏହା ୯୭୬ ଟଙ୍କା ହୋଇଯାଇଛି ।
ସେହିଭଳି ଲକ୍ଷ୍ନୌରେ ମୂଲ୍ୟ ୮୩୮ ରୁ ୯୮୭.୫ ଟଙ୍କାକୁ ବୃଦ୍ଧି ପାଇଛି । ପାଟନାରେ ଏହା ୯୯୮ ରୁ ୧୦୩୯.୫ ଟଙ୍କାକୁ ବୃଦ୍ଧି ପାଇଛି । ମୁମ୍ବାଇରେ ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡର ହାର ୮୪୯.୫ ଟଙ୍କାକୁ ବୃଦ୍ଧି ପାଇଛି । ଏଠାରେ ଏହାର ମୂଲ୍ୟ ୮୯୯.୫ ଟଙ୍କା ଥିଲା । ଦୀର୍ଘ ସମୟ ଧରି ପେଟ୍ରୋଲ, ଡିଜେଲ ଏବଂ ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନଥିଲା । ନଭେମ୍ବର ୪,୨୦୨୧ ରୁ ପେଟ୍ରୋଲ ଏବଂ ଡିଜେଲ ହାର ସ୍ଥିର ଥିଲା । ଅକ୍ଟୋବର ୬, ୨୦୨୧ଠାରୁ ଘରୋଇ ଖଚଏ ସିଲିଣ୍ଡର ହାରରେ କୌଣସି ପରିବର୍ତ୍ତନ ହୋଇନଥିଲା ।