ଭୁବନେଶ୍ୱର, ୨୧ ଜୁଲାଇ – ସୋନିଆ ଗାନ୍ଧିଙ୍କୁ ଇଡିର ଦ୍ୱିତୀୟ ସମନର ପ୍ରତିବାଦରେ ଆଜି (ଗୁରୁବାର) ଇଡି ଅଫିସ ଘେରାଉ କରିବ କଂଗ୍ରେସ । କଂଗ୍ରେସ କାର୍ଯ୍ୟକର୍ତା ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରୁ ପଦଯାତ୍ରାରେ ବାହାରି ଇଡି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବେ । ସେହିପରି ୨୨ରେ ସବୁ ଜିଲ୍ଲା ମୁଖ୍ୟାଳୟରେ ପ୍ରତିକାତ୍ମକ ପ୍ରତିବାଦ କରାଯିବ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ ସୂଚନା ଦେଇଛନ୍ତି ।