ଡୁମାଣୀ ଟିଭି,୧୮/୩ : ଆଜି ପବିତ୍ର ଦୋଳ ପୂର୍ଣ୍ଣିମା। ଗାଁଠୁ ସହର ଉତ୍ସବ ମୁଖର। ଜମୁଛି ଦୋଳ ମେଲଣ। ସାହିକୁ ସାହି ବୁଲି ଭୋଗ ଖାଇବା ସହ ରଙ୍ଗବେରଙ୍ଗ ଅବିରରେ ହୋଲି ଖେଳୁଛନ୍ତି ଦୋଳ ଗୋବିନ୍ଦ। ଭକ୍ତ ଭଗବାନଙ୍କ ମିଳନ ହେବ। ଏହି ଦୋଳ ମେଳଣରେ ଭକ୍ତଙ୍କ ପାଈ ସଜେଇ ହୋଇଛନ୍ତି ଜଗତର ନାଥ ଶ୍ରୀ ଜଗନ୍ନାଥ । ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦୋଳ ଉତ୍ସବ ପାଳିତ ହେବ । ଶ୍ରୀଜିଉଙ୍କ ଚଳନ୍ତି ପ୍ରତିମା ଦୋଳ ଗୋବିନ୍ଦ, ଭୂଦେବୀ ଓ ଶ୍ରୀଦେବୀ ମଣି ବିମାନରେ ବସି ଦୋଳବେଦୀକୁ ଆସିବା ସହ ଭକ୍ତ ଓ ସେବାୟତଙ୍କ ସହ ମିଶି ଫଗୁ ଖେଳିବେ । ତେବେ ପରମ୍ପରା ଅନୁସାରେ ଆଜି ଶ୍ରୀଜିଉ ସୁନାବେଶରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ । ଏହି ଅବସରରେ ଅନେକ ସ୍ଥାନରେ ବାଡିଖେଳ ପରମ୍ପରା ମଧ୍ୟ ରହିଛି। ଗତ ଦୁଇ ବର୍ଷ ହେବ କରୋନା କଟକଣା ଯୋଗୁ ଫିକା ପଡିଥିଲା ଦୋଳ ଉତ୍ସବ। ଏଥର କିନ୍ତୁ କରୋନା କଟକଣା ନଥିବାରୁ ଧୁମ୍ଧାମ୍ରେ ପାଳନ ହେଉଛି ଉତ୍ସବ।