ଲୋକପ୍ରିୟ ଅଭିନେତା ରାଇମୋହନ ପରିଡାଙ୍କ ମୃତ୍ୟୁ । ଆତ୍ମହତ୍ୟା କରିଥିବାର ସୂଚନା ମିଳିଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ଅଛି । ତେବେ ତାଙ୍କ ବାସଭବନରୁ ରାଇମୋହନଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି । ଭୁବନେଶ୍ୱର ପ୍ରାଚୀ ବିହାରର ବାସଭବନରେ ଏହି ଘଟଣା ଘଟିଥିବା ବେଳେ ମଂଚେଶ୍ୱର ଥାନା ପୋଲିସ ଘଟଣାସ୍ଥଲରେ ପହଂଚି ତନାଘନା ଆରମ୍ଭ କରିଛି । ଓଡିଆ ସିନେମା ଚର୍ଚ୍ଚିତ ଖଳନାୟକ ହିସାବରେ ସେ ବେଶ୍ ଜଣାଶୁଣା । ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ହୋଇଥିଲା । ୧୯୬୩ ମସିହା ଜୁଲାଇ ୧୦ ତାରିଖରେ ସେ ଜନ୍ମଗ୍ରହଣ କରିଥିଲେ ହେଁ ୧୯୮୫ ମସିହାରୁ ସେ ନିଜର ଥିଏଟର କ୍ୟାରିଅର ଆରମ୍ଭ କରିଥିଲେ । ପରେ ୧୯୮୭ ମସିହାରେ ପ୍ରଥମେ ସେ ସାଗର ସିନେମାରେ ଖଳନାୟକ ଭୁମିକାରେ ଅଭିନୟ କରି ଖ୍ୟାତି ଅର୍ଜନ କରିଥିଲେ । ପାଖାପାଖି ସେ ପ୍ରାୟ ୧୦୦ ଟି ଓଡିଆ ସିନେମା, ୧୫ ଟି ବେଙ୍ଗଲୀ ସିନେମା ଏବଂ ୪୦ ନାଟକରେ ଅଭିନୟ କରିଥିଲେ ।