ଆସନ୍ତୁ ଜାଣିବା ଭାରତୀୟ ନୋଟରେ ଗାନ୍ଧିଙ୍କ ଫଟୋ କିପରି ଛପା ହେଲା ତାର କିଛି ରୋଚକ ତଥ୍ୟ

ଆସନ୍ତୁ ଜାଣିବା ଭାରତୀୟ ନୋଟରେ ଗାନ୍ଧିଙ୍କ ଫଟୋ କିପରି ଛପା ହେଲା ତାର କିଛି ରୋଚକ ତଥ୍ୟ

ଡୁମାଣୀଟିଭି.୨୧/୩ : ସର୍ବ ପ୍ରଥମେ ୧୯୬୯ ମସିହାରେ ମହାତ୍ମା ଗାନ୍ଧିଙ୍କ ଫଟୋ ଭାରତୀୟ ନୋଟ୍‌ରେ ଛପା ଯାଇଥିଲା । ଏହି ନୋଟ୍‌ରେ ଗାନ୍ଧୀଙ୍କ ପଛପଟେ ସେବାଶ୍ରମ ଆଶ୍ରମର ଫଟୋ ମଧ୍ୟ ଥିଲା । ଯେତେ ବେଳେ ପ୍ରଥମଥର ମହାତ୍ମା ଗାନ୍ଧୀଙ୍କ ଫଟୋ ଭାରତୀୟ ନୋଟ୍‌ରେ ଛପା ଯାଇଥିଲା ସେତେବେଳେ ଇନ୍ଦିରା ଗାନ୍ଧୀ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଥିଲେ । ସେତେବେଳେ ଏଲ କେ ଝା ଆରବିଆଇ ଗଭର୍ନର ଥିଲେ ।
ସୂଚନା ଅନୁଯାୟୀ,୧୯୪୭ ମସିହାରେ ଭାରତ ସ୍ୱାଧୀନ ହେବାପରେ ଅନୁଭବ କରାଯାଇଥିଲା ଯେ, ଭାରତୀୟ ନୋଟ୍‌ରୁ ବ୍ରିଟିଶ୍ କିଙ୍ଗ ଜର୍ଜଙ୍କ ଫଟୋ ହଟାଇ ମହାତ୍ମା ଗାନ୍ଧୀ ଫଟୋ ଲଗାଯିବା ଉଚିତ୍ । କିନ୍ତୁ ଏ ସମ୍ବନ୍ଧରେ ନିଷ୍ପତି ନେବାକୁ ତକ୍ରାଳୀନ ସରକାରଙ୍କୁ ସମୟ ସରକାର ଥିଲା । ଆରବିଆଇ ପ୍ରଥମଥର ଗାନ୍ଧୀଙ୍କ ଫଟୋ ଥିବା ୧୦୦ ଟଙ୍କିଆ ନୋଟ୍ ।୧୯୬୯ ମସିହାରେ ପେସ୍ କରିଥିଲା । ଗାନ୍ଧୀଙ୍କର ଏହି ଫଟୋ ଅନ୍ୟ ନୋଟ୍‌ରେ ମଧ୍ୟ ବ୍ୟବହାର କରାଯାଇଥିଲା । ୧୯୯୬ ମସିହାରେ ଆରବିଆଇ ଅତିରିକ୍ତ ଫିଚର୍ସ ସହ ସିରିଜ୍ ନୋଟ୍ ପେସ କରିଥିଲା । ନୂଆ ଫିଚର୍ସରେ ୱାଟର ମାର୍କ, ୱିଣ୍ଡୋ ସୁରକ୍ଷା ସୂତ୍ର, ଲୁକ୍କାୟିତ ପ୍ରତିଛବି ଏବଂ ଭିଜୁଆଲ୍ ଭିନ୍ନକ୍ଷମଙ୍କ ପାଇଁ ଇଂଟାଗଲିଓ ଫିଚର୍ସ ଅନ୍ତର୍ଭୁକ୍ତ କରାଯାଇଥିଲା । ୧୯୯୬ ପୂର୍ବରୁ ୧୯୮୭ ମସିହାରେ ଗାନ୍ଧିଜୀଙ୍କ ଫଟୋକୁ ୱାର୍ଟର ମାର୍କ ଭଳି ବ୍ୟବହାର କରାଯାଉଥିଲା । ଏହାପରେ ସବୁ ନୋଟ୍‌ରେ ଗାନ୍ଧିଜୀଙ୍କ ଫଟୋ ଛପାଯାଉଛି । ନୋଟ୍‌ରେ ଥିବା ଗାନ୍ଧୀଙ୍କ ଏହି ଫଟୋ ୧୯୪୬ ମସିହାରେ ଭାଇରସରାୟ ହାଉସ୍‌ରେ ଉଠାଯାଇଥିଲା ଯାହା ବର୍ତମାନ ରାଷ୍ଟ୍ରତି ଭବନ ରହିଛି । ସେତେବେଳେ ସେ ବର୍ମା ଓ ଭାରତରେ ବ୍ରିଟିଶ ସଚିବ ଭାବେ କାର୍ୟ୍ୟିରତ ଫ୍ରେଡରିକ୍ ପେଥିକ ଲରେନ୍ସଙ୍କୁ ସାକ୍ଷାତ୍ କରିବାକୁ ଯାଇଥିଲେ । ସେଠାରେ ଉଠାଯାଇଥିବା ଏହାପରେ ୧୯୮୭ ମସିହାରେ ଗାନ୍ଧିଜୀଙ୍କ ହସୁଥିବା ଫଟୋ ୫୦୦ ଟଙ୍କିଆ ନୋଟ୍‌ରେ ପେସ୍ କରାଯାଇଥିଲା । ଏହାପରେ ଗାନ୍ଧୀଙ୍କ ଫଟୋକୁ ପ୍ରତିବାଦ ସ୍ୱରୂ ଭାରତୀୟ ଅଙ୍କିତ କରାଯାଇଥିଲା । ତେବେ ଏହି ଫଟୋ କେଉଁ ଫଟୋଗ୍ରାଫର ଉଠେଇଥିଲେ ସେ ସମ୍ବନ୍ଧରେ କୌଣସି ସୂଚନା ନାହିଁ ।

#DUMANITV#INDIA#india mahatma gandgi#india note#ODISHArbi