ଇପିଏଫ୍‌ଓରେ ଯୋଡ଼ିହେଲେ ୧୯ ଲକ୍ଷ

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ)ରେ ଚଳିତ ବର୍ଷ ଏପ୍ରିଲରେ୧୯.୧୪ ଲକ୍ଷ ସଦସ୍ୟ ଯୋଡ଼ି ହୋଇଛନ୍ତିୟ ସେଥିରୁ ୮.୪୯ ଲକ୍ଷ ହେଉଛନ୍ତି ନୂଆ ସଦସ୍ୟ । ବର୍ଦ୍ଧିତ ନିଯୁକ୍ତି ସୁଯୋଗ, କର୍ମଚାରୀ ଲାଭକୁ ନେଇ ସଚେତନତାରେ ବୃଦ୍ଧି ଓ ଇପିଏଫ୍‌ଓର ଆଉଟ୍ରିଚ୍ କାର୍ଯ୍ୟକ୍ରମ ପାଇଁ ସଦସ୍ୟ ସଂଖ୍ୟା ବୁଥିବା ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଏଥର ୧୮-୨୫ ବର୍ଷ ବୟସ ବର୍ଗରେ ୪.୮୯ ଲକ୍ଷ ନୂଆ ସଦସ୍ୟ ଯୋଡ଼ିହୋଇଛନ୍ତି । ଏଥିରୁ ବୁଝାପଡ଼ୁଛି ଯେ ଯୁବବର୍ଗଙ୍କୁ ନୂଆ ଚାକିରି ମିଳୁଛି । ଚଳିତ ବର୍ଷ ମାର୍ଚ୍ଚ ତୁଳନାରେ ଏପ୍ରିଲରେ ଏହି ବର୍ଗରେ ନୂଆ ସଦସ୍ୟ ସଂଖ୍ୟା ୧୦ ପ୍ରତିଶତ ବଢ଼ିଛି । କେଣସି ନା କେଣସି କାରଣ ପାଇଁ ପୂର୍ବରୁ ଇପିଏଫ୍‌ଓରୁ ବାହାରି ଯାଇଥିବା ୧୫.୭୭ ଲକ୍ଷ ସଦସ୍ୟ ଗତ ଏପ୍ରିଲରେ ପୁଣି ଥରେ ଫେରିଛନ୍ତି । ସେମାନେ ନିଜ ଚାକିରି ବଦଳାଇଥାଇପାରନ୍ତି ବୋଲି ବିଚାର କରାଯାଉଛି । ଆଲୋଚ୍ୟ ମାସରେ ୨.୪୫ ନୂଆ ମହିଳା ସଦସ୍ୟ ଇପିଏଫ୍‌ଓରେ ଯୋଡ଼ି ହୋଇଛନ୍ତି ଯାହା ମାସିକ ଭିତ୍ତିରେ ୩୫.୨୪ ପ୍ରତିଶତ ଅଧିକ । ରାଜ୍ୟ ଗୁଡ଼ିକ ମଧ୍ୟରେ ମହାରାଷ୍ଟ୍ରରୁ ସର୍ବାଧିକ ୨୧.୨୨ ପ୍ରତିଶତ ସଦସ୍ୟ ଯୋଡ଼ି ହୋଇଛନ୍ତି । ଏହା ବ୍ୟତୀତ କର୍ଣ୍ଣାଟକ, ତାମିଲନାଡୁ, ଗୁଜରାଟ, ହରିୟାଣା, ଦିଲ୍ଲୀ, ଉତ୍ତରପ୍ରଦେଶ ଓ ତେଲେଙ୍ଗାନା ମଧ୍ୟ ୫ ପ୍ରତିଶତରୁ ଅଧିକ ସସଦ୍ୟ ଯୋଡ଼ିଛନ୍ତି ।