ରାଉରକେଲା, (ଡିକେ ନୁ୍ୟଜ୍): ଉଦିତନଗର ଥାନାଏଏସଆଇ ଏଲିଶ ଲୁଗୁନଙ୍କ ପୋଷ୍ଟମର୍ଟମ ରିପୋର୍ଟଯାଞ୍ଚ ହୋଇ ଭୁବନେଶ୍ୱର ଏମ୍ସରୁ ଆସିଥିବା ନେଇଏକ ସାମ୍ବାଦିକସମ୍ମିଳନୀରେ ରାଉରକେଲାଏସପି ମିତ୍ରଭାନୁ ମହାପାତ୍ରସୂଚନା ଦେଇଛନ୍ତି । ସେକହିଛନ୍ତି, ଅତ୍ୟଧିକଉତ୍ତେଜିତ ହେବାରୁ ଏଲିଶଲୁଗୁନଙ୍କ ମୃତ୍ୟୁ ହୋଇଛି ।ରିପୋର୍ଟରେ ମୃତ୍ୟୁ ମାଡ଼ରୁନୁହେଁ, ବରଂ ରୋଗଜନିତ ବୋଲିଦର୍ଶାଯାଇଛି । ତାଙ୍କୁ କେହିମାଡ଼ ମାରିନାହାନ୍ତି କି ତାଙ୍କଶରୀରରେ କୌଣସି କ୍ଷତଚିହ୍ନ ନାହିଁ । ଏଣୁ ଆଉ ଏହିଘଟଣାରେ ୩୦୨ ଦଫା ଲାଗିବ ନାହିଁ ରାଉରକେଲାଏସପି କହିଛନ୍ତି । ସୂଚନାଯୋଗ୍ୟ, ସଞ୍ଜୟ ତାଙ୍କ ପତ୍ନୀଏଲିଶଙ୍କୁ ଉଦିତନଗର ଥାନାରେ ଛାଡି ଯାଇଥିଲେ ।ସଞ୍ଜୟଙ୍କ କହିବାନୁଯାୟୀ ଉଦିତନଗରଛାଡିବାବେଳେ ତାଙ୍କ ପତ୍ନୀ ଆଲିସ୍ଙ୍କ ସ୍ୱାସ୍ଥ୍ୟ ଅବସ୍ଥାସମ୍ପୂର୍ଣ୍ଣ ଭଲ ଥିଲା । ଅପରାହ୍ନ ୩ଟା ୪୫ ମିନିଟରେସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ଓ ସଂଧ୍ୟା ୫ଟାରେକେମିତି ମୃତ୍ୟୁ ହେଲାବୋଲି ପ୍ରଶ୍ନ କରିଥିଲେ ।ଅପରାହ୍ନ ପ୍ରାୟ ୩ଟାରେଆର୍ଏମସି ଛକ ନିକଟରେବସ୍ -କାର ଧକ୍କାକୁ କେନ୍ଦ୍ରକରିଦୁଇ ଗୋଷ୍ଠୀ ମଧ୍ୟରେମାଡ଼ପିଟ୍ ହୋଇଥିଲା ।ଘଟଣାକୁ ନିୟନ୍ତ୍ରଣ କରିବାକୁପିସିଆର୍ ଭ୍ୟାନରେଏଏସ୍ଆଇ ଏଲିଶ ଓ ଅନ୍ୟଦୁଇ ପୁଲିସ କର୍ମ·ରୀସେଠାରେ ପହଞ୍ଚିଥିଲେ ।ଏଏସ୍ଆଇ ଏଲିଶ ଉଭୟଗୋଷ୍ଠୀଙ୍କୁ ବୁଝାସୁଝାକରୁଥିବେଳେ ବେହୋସ ହୋଇ ତଳେ ପଡିଯାଇଥିଲେ ।ଦୁଇ ପୁଲିସ କର୍ମ·ରୀ ଏଏସ୍ଆଇ ଲୁଗୁନ୍ଙ୍କୁ ଚିକିତ୍ସାପାଇଁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।