ନୂଆଦିଲ୍ଲୀ,୨୭ ଜୁନ୍ – ଦିଲ୍ଲୀର ରାଜେନ୍ଦ୍ର ନଗର ସିଟ୍ରେ ହୋଇଥିବା ଉପନିର୍ବାଚନରେ ଆମ୍ ଆଦମୀ ପାର୍ଟି ବଡ଼ ବିଜୟୀ ହୋଇଛନ୍ତି । ରାଘବ ଚଢ଼ାଙ୍କ ରାଜ୍ୟସଭା ଯିବାପରେ ଖାଲି ସିଟ୍ରେ ଆପ୍ ପାର୍ଟିର ଦୁର୍ଗେଶ ପାଠକ ଭାଜପା ପ୍ରାର୍ଥୀ ରାଜେଶ ଭାଟିଆଙ୍କୁ ପାଖାପାଖି ୧୧,୫୦୦ ଭୋଟ୍ରେ ହରାଇଛନ୍ତି । ଦୁର୍ଗେଶ ପାଠକଙ୍କୁ ମୋଟ୍ ୪୦,୦୧୦ ଭୋଟ୍ ମିଳିଥିବାବେଳେ ଭାଜପାର ରାଜେଶ ଭାଟିଆଙ୍କୁ ୨୮,୫୭୭ ଭୋଟ୍ ମିଳିଛି । କଂଗ୍ରେସର ପ୍ରାର୍ଥୀ ପ୍ରେମଲତାଙ୍କୁ ୧୯୯୦ ଭୋଟ୍ ମିଳିଛି । ୧୬ ରାଉଣ୍ଡ ଭୋଟ୍ ଗଣତିରେ ଭାଜପା ପ୍ରାର୍ଥୀ ଲଗାତାର ପଛରେ ରହିଥିଲେ ।