ନୂଆଦିଲ୍ଲୀ, ୧୧ ଅଗଷ୍ଟ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ଉପରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଥିବାରୁ ଜଗଦୀପ ଧନଖରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି; “ଶ୍ରୀ ଜଗଦୀପ ଧନଖର ଜୀ ଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେଇଥିଲି । ମୁଁ ତାଙ୍କୁ ଭାରତର ଉପରାଷ୍ଟ୍ରପତି ହୋଇଥିବାରୁ ଅଭିନନ୍ଦନ ଜଣାଉଛି ଏବଂ ଫଳପ୍ରଦ କାର୍ଯ୍ୟକାଳ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଉଛି ।”