ଓଜନ କମାନ୍ତୁ ବୋନସ୍ ନିଅନ୍ତୁ ଜିରୋଧାର ଆକର୍ଷଣୀୟ ଅଫର

ଡୁମାଣୀ ଟିଭି,୯/୪:ଫାଇନାନ୍ସିଆଲ ସର୍ଭିସ କମ୍ପାନୀ ଜିରୋଧା ନିଜ କର୍ମଚାରୀଙ୍କ ପାଇଁ ଏକ ନୂଆ ତଥା ଆକର୍ଷଣୀୟ ଅଫର ଆଣିଛି। କମ୍ପାନୀ ପକ୍ଷରୁ ସମସ୍ତ କର୍ମଚାରୀଙ୍କୁ କୁହାଯାଇଛି ଯେ ଯଦି ସେମାନେ ନିଜ ଓଜନ କମ୍‌ କରୁଛନ୍ତି, ତେବେ ତାଙ୍କୁ ବୋନସ୍‌ ଦିଆଯିବ।

କମ୍ପାନୀର ସିଇଓ ନୀତିନ୍‌ କାମତ ଗୁରୁବାର କହିଛନ୍ତି, କୌରଣି ବ୍ୟକ୍ତିଙ୍କ ବଡି ମାସ୍‌ ଇନ୍‌ଡେକ୍ସ(ବିଏମ୍‌ଆଇ)କୁ ମାପିବା ସ୍ୱାସ୍ଥ୍ୟ ଓ ଫିଟ୍‌ନେସ୍‌ର ଯାତ୍ରା ଆରମ୍ଭ କରିବାର ସବୁଠୁ ସହଜ ଉପାୟ।

ନୀତିନ୍‌ କାମତ ବିଶ୍ୱ ସ୍ୱାସ୍ଥ୍ୟ ଦିବସର ଟ୍ୟାଗ୍‌କୁ ଟ୍ଵିଟ୍‌ କରି ଲେଖିଛନ୍ତି, ଯେଉଁ କର୍ମଚାରୀଙ୍କ ବିଏମ୍‌ଆଇ ୨୫ରୁ କମ୍‌, ସେମାନଙ୍କୁ ଅଧ ମାସର ଦରମା ବୋନସ୍‌ ରୂପେ ମିଳିବ। କେବଳ ଏତିକି ନୁହେଁ, ଯେଉଁ କର୍ମଚାରୀ ନିଜ ବିଏମ୍‌ଆଇକୁ ୨୪ରୁ ତଳକୁ ଆଣିବେ ସେମାନଙ୍କୁ ଆଉ ଅଧ ମାସର ଦରମା ବୋନସ୍‌ ଭାବେ ମିଳିବ।
କାମତଙ୍କ କହିବାନୁସାରେ, ତାଙ୍କ ଟିମ୍‌ର ଆନୁମାନିକ ବିଏମ୍‌ଆଇ ୨୫.୩। ଜିରୋଧା ଏବେ ଏକ ବିଶେଷ କାର୍ଯ୍ୟକ୍ରମ ଫନ୍‌ ହେଲ୍‌ଥ ପ୍ରୋଗ୍ରାମ୍‌ ଆରମ୍ଭ କରିଛି। ଏହି ପ୍ରୋଗାମ୍‌ରେ କର୍ମଚାରୀଙ୍କୁ ଫିଟ୍‌ ରହିବା ପାଇଁ ପ୍ରୋତ୍ସାହିତ କରାଯାଉଛି। ଫନ୍‌ ହେଲ୍‌ଥ ପ୍ରୋଗ୍ରାମ୍‌ ମୁତାବକ, ଜିରୋଧା ଅଧିକାରୀ ଯଦି ନିଜ ଓଜନ କମ୍‌ କରୁଛନ୍ତି ତେବେ ସେମାନେ ବୋନସ୍‌ ପାଇବାକୁ ହକ୍‌ଦାର ହେବେ।

#DUMANITV#INDIA#ODISHA#payment high for weight loose#zerodha company