କଂଗ୍ରେସ ତାର ନିଜ ଘର ସମ୍ଭାଳିପାରୁନି ଆମ ପ୍ରତି ଦୟା ଦେଖାଉଛି ମୟାବତୀ

ଡୁମାଣୀ ଟିଭି,୧୦/୪ :ଉତ୍ତରପ୍ରଦେଶ ବିଧାନସଭର ନିର୍ବାଚନ ପରେ ପ୍ରଥମଥର କରି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମୁହଁ ଖୋଲିଥିଲେ । ବସପା ମୁଖ୍ୟ ମାୟାବାତୀଙ୍କୁ ଟାର୍ଗେଟ କରି ସେ ବଡ଼ ବୟାନ ଦେଇଥିଲେ । ତେବେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳ ତାଙ୍କୁ ମେଣ୍ଟ କରିବାକୁ କରିଥିଲା । ଏପରିକି ତାଙ୍କୁ ମୁଖ୍ୟମନ୍ତ୍ରୀ ହେବା ପାଇଁ ମଧ୍ୟ ଦଳ ପକ୍ଷରୁ ତାଙ୍କୁ ଅଫର ଦିଆଯାଇଥିଲା । ହେଲେ ସେ ଇଡି, ଭିଜିଲାନ୍ସ ଡରରେ ସବୁ ଅଫରକୁ ମନା କରିଦେଇଥିଲେ ବୋଲି ରାହୁଲ ଗାନ୍ଧୀ କହିଥିଲେ । ବାସ ଏହା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଥିଲା । ଏହା ମଧ୍ୟରେ ବସପା ମୁଖ୍ୟ ମାୟାବତୀ ରାହୁଲଙ୍କ ବୟାନରେ ପ୍ରତିକ୍ରିୟା ଦେଇଥିବାର ଦେଖିବାକୁ ମିଳିଛି । ତେବେ ଦଳିତଙ୍କ ଉନ୍ନତି ପାଇଁ ବିଏସପି ସବୁକିଛି କରିଛି । କିନ୍ତୁ ଦୀର୍ଘ ଦିନର ଶାସନ କାଳରେ ସେମାନଙ୍କର ସାମାଜିକ- ଅର୍ଥନୈତିକ ବିକାଶ ପାଇଁ କଂଗ୍ରେସ କୌଣସି ପଦକ୍ଷେପ ନେଇ ନାହିଁ।

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ ଖୋଳତାଡ଼ କରି ସେ କହିଛନ୍ତି ଯେ ବସପାକୁ ବଦନାମ କରିବା ତଥା ଦୁର୍ବଳ କରିବା ପାଇଁ କଂଗ୍ରେସ ସବୁବେଳେ ନୂଆ ନୂଆ ପନ୍ଥା ଅପଣାଉଛି । ସେମାନଙ୍କ ଦ୍ୱାରା ନିଜ ଘର ସମ୍ଭାଳୁନି ତଥାପି ସେମାନେ ଆମ ପ୍ରତି ଦୟା ଦେଖାଉଛନ୍ତି ବୋଲି ମାୟାବତୀ କହିଛନ୍ତି । ସେପଟେ ରାହୁଲ ବସପା ମୁଖ୍ୟଙ୍କ ବିଷୟରେ କହିଥିଲେ ଯେ ମାୟାବତୀ ଜି ୟୁପିରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିନାହାଁନ୍ତି। ଆମେ ତାଙ୍କୁ ଏକ ବାର୍ତ୍ତା ଦେଇଥିଲୁ, ଏକ ମିଳିତ ମଞ୍ଚ ପ୍ରସ୍ତୁତ କର, ମୁଖ୍ୟମନ୍ତ୍ରୀ ହେବ । କିନ୍ତୁ ସେ ଆମ ସହ କଥା ମଧ୍ୟ ହୋଇନଥିଲେ । ମୁଁ କାନସି ରାମ ଜୀଙ୍କୁ ସମ୍ମାନ କରେ । ମୁଁ ଉତ୍ତରପ୍ରଦେଶର ଦଳିତଙ୍କ ସ୍ୱର ଜାଗ୍ରତ କଲି । କଂଗ୍ରେସର କ୍ଷତି ହେଲା, ତାହା ଏକ ଭିନ୍ନ କଥା, କିନ୍ତୁ ସେହି ସ୍ୱର ଜାଗ୍ରତ ହେଲା । ଆଜି ମାୟାବତୀ ଜୀ କହିଛନ୍ତି ଯେ ମୁଁ ସେହି ସ୍ୱର ପାଇଁ ଯୁଦ୍ଧ କରିବି ନାହିଁ ବୋଲି ରାହୁଲ ଗାନ୍ଧୀ କହିଥିଲେ । ଏ ଖବର ସାମ୍ନାକୁ ଆସିବା ପରେ ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

# political partys#congress#DUMANITV#INDIA#mayabati#ODISHA#rahul gandhi#uttar pradesh