କଙଋଶିଳ୍ପୀ ଦେବେଶ ପତି ଗିରଫ

ଭୁବନେଶ୍ୱର, (ଡିକେ ନୁ୍ୟଜ୍): ନାମୀ ଦାମୀ ଓଡ଼ିଆ ସିଙ୍ଗରଦେବେଶ ପତି ଗିରଫ । ଲଭ ସେକ୍ସ ଧୋକ୍କା ଅଭିଯୋଗରେ ଗିରଫ କରିଛି ନୟାପଲି ଥାନା ପୋଲିସ ।
ଲଚକ୍ ମଣି ବେବି ଲୋ ବୟଫ୍ରେଣ୍ଡ ତୋରା ହେବି ଲୋ ବୁଲେଟ୍ ଗାଡ଼ିରେ ବଜାର ବୁଲାଇ ନେବି ଏହି ଚର୍ଚ୍ଚିତ ଗୀତର ଗାୟକ ଦେବେଶ ପତି ଏବେ ଜେଲର ହାୱା
ଖାଉଛନ୍ତି । ବିବାହ ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଓ ଟଙ୍କା ଲୁଟିବା ଅଭିଯୋଗରେ ନୂଆପଲ୍ଳୀ ଥାନା ପୋଲିସ୍ ଓଲିଉଡର ଏହି ଚର୍ଚ୍ଚିତ ଗାୟକଙ୍କୁ ଗିରଫ
କରିଛି । ଦେବେଶଙ୍କ ଘର ଯାଜପୁରରେ । ଗତ ବୁଧବାର ରାତିରେ ପୋଲିସ୍ତା କୁ ଗିରଫ କରିଛି । ଗୁରୁବାର କୋର୍ଟ ·ଲାଣ କରାଯାଇଛି । ଜାମିନ ନାମଞ୍ଜୁର ହେବରୁ ତାଙ୍କୁ
ବି·ର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ପୋଲିସ୍ ଠାରୁ ମିଳିଥିବା ସୂଚନା ମୁତାବକ, ଭଦ୍ରକ ଅଞ୍ଚଳର ଜଣେ ଯୁବତୀ ଭୁବନେଶ୍ୱରର ନୂଆପଲ୍ଲୀ ଥାନା ଅଞ୍ଚଳରେ ରହି ମୈତ୍ରିବିହାରରେ ଥିବାଏକ ଘରୋଇ କଲେଜରେ ଏମବିଏ ପଢୁଥିଲେ । ସେତେବେଳେ ତାଙ୍କୁ ଜଣେ ଯୁବକ ପ୍ରେମ ନିବେଦନ କରିଥିଲେ । ହେଲେ ଯୁବତୀ ଏହାକୁ ଗ୍ରହଣ କରିନଥିଲେ ।
ପ୍ରେମରେ ବିଫଳ ଉକ୍ତ ଯୁବକ ପ୍ରତିଶୋଧ ପରାୟଣ ହୋଇ ନେହାଙ୍କ ଫୋନ ନମ୍ବର ଦେବେଶଙ୍କୁ ଦେଇଥିଲେ । ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇବାକୁ ସେ ଦେବେଶଙ୍କୁ
ପ୍ରସ୍ତାବ ଦେଇଥିଲେ । ଓଲିଉଡର ·କଚକ୍ୟ, ସୁପର ହିଟ ସିଙ୍ଗର ଟ୍ୟାଗ୍ ଯୁବତୀଙ୍କୁ ଦେବେଶଙ୍କ ପ୍ରତି ଆକର୍ଷିତ କରିଥିଲା । ଫୋନ ନମ୍ବର ଦିଆନିଆ, କିଛିଦିନର ·ଟିଂ
ପରେ ଉଭୟ ଉଭୟଙ୍କୁ ଭଲପାଇ ବସିଲେ । ପ୍ରେମର ଗାଡ଼ି ଜୋରରେ ଗଡିବା ପରେ ବିବାହ ପାଇଁ ଜିଦ ଧରିଥିଲେ ଯୁବତୀ ଜଣଙ୍କ । ଦେବେଶ ବିବାହ ପାଇଁ ପ୍ରତିଶ୍ରୁତି ଦେଇ
ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଲେ । ଖାଲି ସେତିକି ନୁହେଁ, ବିଭିନ୍ନ ପର୍ଯ୍ୟାୟରେ ଦେବେଶ ଯୁବତୀଙ୍କଠାରୁ ୫ ଲକ୍ଷରୁ ଅଧିକ ଟଙ୍କା ନେଇଥିଲେ । ହଠାତ ଦିନେ ଯୁବତୀ ଜାଣିବାକୁ ପାଇଲେ ଦେବେଶ ଓଲିଉଡର ଜଣେ ଗାୟିକାଙ୍କୁ ଭଲ ପାଉଛନ୍ତି । ତାଙ୍କ ସହ ବୁଲାବୁଲି କରୁଛନ୍ତି । ତେବେ ଏହା ଭିତରେ ଯୁବତୀ ଗର୍ଭବତୀ ହୋଇସାରିଥିଲେ । ଦେବେଶ ଏ ବିଷୟରେ ଜାଣିବା ପରେ ଗର୍ଭନଷ୍ଟ କରିବାକୁ କହିଥିଲେ । ହେଲେ ସେ ରାଜି ହୋଇ ନଥିଲେ । ଦେବେଶ ମଉକା ଦେଖି ନିଶା ଔଷଧ ଦେଇ ତାଙ୍କ ଗର୍ଭ ନଷ୍ଟକରିଥିଲେ ବୋଲି ଅଭିଯୋଗରେ ଦର୍ଶାଇଛନ୍ତି ଯୁବତୀ ।
ଏହା ପରେ ସେ ଆଉ ଯୁବତୀଙ୍କୁ ଧରାଛୁଆଁ ଦେଇନଥିଲେ । ମାତ୍ର ନଛୋଡବନ୍ଦା ସେ ବିବାହ ପାଇଁ ଜିଦ ଧରିବାରୁ ଦେବେଶ ଉଭୟଙ୍କ ଅନ୍ତରଙ୍ଗ ମୂହୁର୍ତ୍ତର ଭିଡିଓ ଓ ଫଟୋ
ଭାଇରାଲ୍ କରିଦେବାକୁ ଧମକ ଦେଇଥିଲେ । ଏଭଳି ଧମକରେ କିଛି ଦିନ ଚୁପ୍ ରହିଥିଲେ ଯୁବତୀ । ମାତ୍ର ଏଭଳି ପ୍ରତାରକକୁ ଉଚିତ ଶିକ୍ଷା ଦେବାକୁ ପଣ କରି
ପରେ ସେ ନୂଆପଲ୍ଳୀ ଥାନାରେ ଏତଲା ଦେଇଥିଲେ । ପୋଲିସ୍ ଏକ ମାମଲା (୧୦୩/୨୩) ରୁଜୁ କରି ଘଟଣାର ତଦନ୍ତ କରୁଥିଲା । ଗୁରୁବାର ଅଭିଯୁକ୍ତ ଦେବେଶଙ୍କୁ ପୋଲିସ୍ ଗିରଫ କରିଛି ।