କଟକର ଏକ ଶିକ୍ଷାନୁଷ୍ଠାନର ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ

ଡୁମାଣୀ ଟିଭି ,୫/୪ :କଟକର ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନର ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ। ହଷ୍ଟେଲରୁ ଛାତ୍ରୀଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ଆତ୍ମହତ୍ୟା କରିଥିବା ଅନୁମାନ କରାଯାଥିବାବେଳେ, ଏଯାଏ କାରଣ ଅସ୍ପଷ୍ଟ ରହିଛି।

ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ଏସସିବି ପଠାଇଛି ସିଡିଏ ଫେଜ ଟୁ ଥାନା ପୋଲିସ। ମୃତ ଛାତ୍ରୀ ଜଣଙ୍କ ହରିୟାଣାର ବୋଲି ଜଣାପଡ଼ିଛି। ସୁରଭି ପଞ୍ଚଲ ନାମ୍ନୀ ଏହି ଛାତ୍ରୀ ଦ୍ୱିତୀୟ ବର୍ଷରେ ପଢୁଥିବା ସୂଚନା ମିଳିଛି। ତେବେ ଘଟଣାପରେ କ୍ୟାମ୍ପସରେ ଛାତ୍ର ଅଶାନ୍ତି ଦେଖାଦେଇଛି। ଦିନକ ପାଇଁ ସମସ୍ତ କ୍ଲାସକୁ ବାତିଲ କରିଛନ୍ତି କର୍ତ୍ତୃପକ୍ଷ।

#CRIME NEWS#cuttack education institution#DUMANITV#INDIA#ODISHA#suicide case